ହୀରାକୁଦ ଡ୍ୟାମର ଖୋଲିଲା ୪ ଗେଟ୍


ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ପରିମାଣ ବଢିବାରୁ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲା ଯାଇଛି। ଏବେ ହୀରାକୁଦରୁ ମୋଟ୍ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାଯାଇଛି । ପ୍ରଥମେ ଗତ ୨୮ ତାରିଖରେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା । ସେହି ଦିନ ପର୍ଯ୍ୟାୟ କ୍ରମେ ୨୦ ଗେଟ୍ ଖୋଲା ଯାଇଥିଲା ।

ସୂଚନାଯୋଗ୍ୟ, ପରମ୍ପରା ଅନୁଯାୟୀ ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମେ ବାମ ପାଶ୍ୱର୍ର ୭ ନମ୍ବର ଗେଟ୍ ଖୋଲାଯାଇଥିଲା। ତାପରେ ତାକୁ ମିଶାଇ ବାମ ପାଶ୍ୱର୍ର ୫ଟି ଓ ଡାହାଣ ପାଶ୍ୱର୍ର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ତାପରେ ବାମ ପାଶ୍ୱର୍ର ୯ଟି ଓ ଡାହାଣ ପାଶ୍ୱର୍ର ୪ଟି ଗେଟ୍ ଖୋଲାଯାଇଥିଲା। ଏହି ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନହୋଇଥିଲା । ପରବର୍ତ୍ତୀ ସମୟରେ ଉପର ମୁଣ୍ଡରେ ବର୍ଷା କମିବାରୁ ପର୍ଯ୍ୟାକ୍ରମେ ୧୪ ଗେଟ୍ ବନ୍ଦ କରାଯାଇଥିଲା ।