Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମ୍ୟୁନିଟି ସେଣ୍ଟର ନାମରେ ମସଜିଦ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ

ଜମନକିରା,୨୩୲୪: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଖୁଣ୍ଟୁଲାବାହାଲ ଗ୍ରାମରେ ଥିବା ସ୍କୁଲକୁ ଲାଗି କମ୍ପ୍ୟୁନିଟି ସେଣ୍ଟର ନାମରେ ମୁସଲମାନ ବ୍ୟକ୍ତିମାନେ ଜୋର ଜବରଦସ୍ତି କରି ମସଜିଦ ଓ ମଦ୍ରାସା ତିଆରି କରୁଥିବା ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଏହା ସ୍କୁଲ ପରିସରଭୁକ୍ତ ଜଙ୍ଗଲ କିସମ ଜମି ଏବଂ ଭବିଷ୍ଯତରେ ମସଜିଦ ତଥା ମଦ୍ରାସାକୁ  ନେଇ ହିନ୍ଦୁ ମୁସଲିମ ମଧ୍ଯରେ ବଡ ଧରଣର ବିବାଦ ହେବାର ଆଶଙ୍କାକୁ ନେଇ ସେଠାରେ ଘର ନିର୍ମାଣକୁ ବାରଣ କରିଥିଲେ ମଧ୍ଯ ମୁସଲମାନ ସଂପ୍ରଦାୟର ବ୍ୟକ୍ତି ମାନେ ଏହା ମାନିନଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଖଣ୍ଟୁଲାବାହାଲ ଗ୍ରାମବାସୀଙ୍କ ପକ୍ଷରୁ ୱାର୍ଡ ମେମ୍ବର କନକ ନାଏକଙ୍କ ନେତୃତ୍ୱରେ ଶୁକ୍ରବାର ଏକ ପ୍ରତିନିଧିଦଳ କୁଚିଣ୍ଡା ଉପ-ଜିଲ୍ଲାପାଳଙ୍କୁ ସମ୍ବଲପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରି ନିର୍ମିତ ମସଜିଦକୁ ଭାଙ୍ଗିବାକୁ ଦାବି କରିଛନ୍ତି। ଏଭଳି ସ୍ପର୍ଶକାତର ଅଭିଯୋଗ ଆସିବା ପରେ ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତର ଭାବେ ନେଇ ଗତକାଲି ଅପରାହ୍ନରେ କୁଚିଣ୍ଡା ସହକାରୀ ଜିଲ୍ଲାପାଳ ଲୋଚନ ଶବର, ଜମନକିରା ତହସିଲଦାର ବ୍ରଜକିଶୋର ସାହୁ, ଭୋଜପୁର ଆରଆଇଙ୍କ ସମେତ କୁଚିଣ୍ଡା ଆଇଆଇସି ଶୋଭାକର ସେଠ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗର ତଦନ୍ତ କରିଥିଲେ। ତଦନ୍ତରେ ଏହା ଜଙ୍ଗଲ କିସମ ଜମି ଓ ବିଧାୟକ ପାଣ୍ଠିରୁ କମ୍ୟୁନିଟି ସେଣ୍ଟର ନିର୍ମିତ ହୋଇଛି ।ମାତ୍ର ଏହାର ସମ୍ମୁଖ ପଟ ମସଜିଦ ଭଳି ହୋଇଥିବାରୁ ତାହା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିବା ତହସିଲଦାର କହିଛନ୍ତି। ଅଭିଯୋଗ ଅନୁଯାଇ,ଗତ ୨୦୨୦-୨୧ ଆର୍ଥିକ ବର୍ଷରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଖଣ୍ଟୁଲାବାହାଲ ଗ୍ରାମରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ୨ଲକ୍ଷ ୫୦ହଜାର ଟଙ୍କାର ଅନୁଦାନ ବିଧାୟକ ପାଣ୍ଠିରୁ ପ୍ରଦାନ କରିଥିଲେ। ଜମନକିରା ବ୍ଲକକୁ ଉକ୍ତ ଅନୁଦାନ ମଞ୍ଜୁର ହୋଇ ଆସିଲା ପରେ ଖୁଣ୍ଟଲାବାହାଲ ଗ୍ରାମର
ମୁସଲମାନ ସଂପ୍ରଦାୟର କେତେକ ଯୁବକ ଏହି କମ୍ୟୁନିଟି ସେଣ୍ଟର ନିର୍ମାଣ କାମ କରିଥିଲେ। ମାତ୍ର ଏହା ମସଜିଦ ଓ ମଦ୍ରାସା ଢାଞ୍ଚାରେ ନିର୍ମାଣ କରାଯାଇଥିବା ହେତୁ ଗ୍ରାମବାସୀ ମନେ ଏହାର ବିରୋଧ କରି ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ଏସମ୍ପର୍କରେ ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତୀ କାର୍ତ୍ତିକ ପୃଷ୍ଟିଙ୍କୁ ପଚାରିବାରେ ଏହା ବିଧାୟକ ପାଣ୍ଠି ଓ ୨ଲକ୍ଷ ୫୦ହଜାର ଟଙ୍କାରେ କେବଳ ଛାତ ପଡିଛି। ଅର୍ଥ ଅଭାବରୁ ଏହା ସମ୍ପୂର୍ଣ୍ଣ ହୋଇପାରିନଥିବା କହିଛନ୍ତି।
  

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ