ଆଜି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ, ଲାଗିଛି ପ୍ରବଳ ଭିଡ

ଭୁବନେଶ୍ୱର: ଆଜି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଞ୍ଜୀକରଣ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ପଞ୍ଜୀକରଣ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ଶୁଣାଇବା ପାଇଁ ଶତାଧିକ ଲୋକଙ୍କ ଭିଡ ଜମିଛି। ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣିବେ ଏହାର ସମାଧାନ ପାଇଁ ପଦକ୍ଷେପ ନେବା ଆଶାରେ ଭୁବନେଶ୍ୱର ୟୁନିଟ- ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଭିଡ଼ ଜମିଛି।
ଉଲ୍ଲେଖନୀୟ ପୁରୁଣା ସରକାର ସମୟରେ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। ଫଳରେ ଲୋକଙ୍କ ଅଭିଯୋଗର ଶୁଣାଣି ହୋଇପାରୁନଥିଲା। ଏବେ ନୂଆ ସରକାର ଆସିବା ପରେ ପୁଣି ଥରେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ପାଇଁ ଅଭିଯୋଗ ପ୍ରକୋଷ୍ଠ ଖୋଲିଛନ୍ତି । ଜନଶୁଣାଣି ପାଇଁ ଲୋକଙ୍କ ଭିଡ଼ ଜମିଛି। ପୂର୍ବାହ୍ନ ୧୧ରୁ ଆରମ୍ଭ ହେଉଛି ଜନ ଶୁଣାଣି।
ଏଥିପାଇଁ ଆଜି ସକାଳ ୮ଟାରୁ ଦିନ ୧୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ୟ୍ୟାଳୟରେ ପଞ୍ଜୀକରଣ ହେବ। ଏଥିପାଇଁ ଆଗ୍ରହୀ ବ୍ୟକ୍ତି ଅଭିଯୋଗ ଶୁଣାଣି ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ପଞ୍ଜୀକରଣ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇ ପାରିବେ।