Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ଘଣ୍ଟା ରୁ ଅଧିକ ଅଘୋଷିତ ବିଦ୍ୟୁତ କାଟ, ଅସ୍ତବ୍ୟସ୍ତ ଜନ ଜୀବନ

ଜମନକିରା,୨୩/୪: ଜମନକିରା ବିଦ୍ୟୁତ ସେକ୍ସନ ପକ୍ଷରୁ ଆଜି ଅଘୋଷିତ ଭାବେ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ଯୋଗାଣ ନହେବାରୁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ସାଢେ଼ ୧୦ଟା ସମୟରୁ ଅଦ୍ୟାବଧି ଖବର ଲେଖାଯିବା ପର୍ଯ୍ୟନ୍ତ ଅର୍ଥାତ ୪ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ହୋଇନାହିଁ। ଏବେ ତାତି ବଢ଼ି ବଢ଼ି ଚାଲିଥିବା ବେଳେ ଲୋକେ ପିଇବା ପାଣି ତଥା ଅନ୍ୟ କାର୍ଯ୍ୟ ପାଇଁ ବିଦ୍ୟୁତର ଆବଶ୍ୟକ କରୁଛନ୍ତି। ତେବେ ଆଜି ବିନା ଘୋଷଣାରେ ୫ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ଯୋଗାଣ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଦ୍ୟୁତ ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁ ଉପଭୋକ୍ତା ମାନେ ଆଜି ଏଭଳି କାର୍ଯ୍ୟ କୁ ତୀବ୍ର ନିନ୍ଦା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିୟମ ଅନୁସାରେ ବିଭାଗ ପକ୍ଷରୁ ବିଦ୍ୟୁତ ବିଛିନ୍ନ କରିବା ପୂର୍ବରୁ ଘୋଷଣା କରିବା କଥା କିମ୍ବା ୱାଟସାପ ଗ୍ରୁପରେ ଜଣେଇବା କଥା ମାତ୍ର ତାହା କର୍ତ୍ତୃପକ୍ଷ କରୁନାହାନ୍ତି। ସରକାର ଏବେ ନିରବିଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଣ ପାଇଁ କଡାକଡି ନିର୍ଦ୍ଦେଶ କରିଥିବା ବେଳେ ବିଦ୍ୟୁତ ବିଭାଗ ଅଧିକାରୀ ନିର୍ଦ୍ଦେଶ କୁ ହେୟଜ୍ଞାନ କରୁଛନ୍ତି। ଏଇଟା ନିତିଦିନିଆ କାର୍ଯ୍ୟରେ ପରିଣତ ହେଲାଣି। ଲୋକଙ୍କ ଅଭିଯୋଗ ଅନୁଯାଇ ବିଦ୍ୟୁତ ବାକିଆ ଅସୁଲି ବେଳେ କର୍ମଚାରୀ ଠିକରେ ଅସୁଲି କରୁଛନ୍ତି। ତାଗିଦ ମଧ୍ୟ କରୁଛନ୍ତି। ଟଙ୍କା ନଦେଲେ ଧମକ ଚମକ ଦେଇ ବିଦ୍ୟୁତ ଲାଇନ୍ କରିଦେବାର କଥା କହୁଛନ୍ତି। ତେବେ ବିନା ଘୋଷଣାରେ ବିଦ୍ୟୁତ ମରାମତି କରୁଥିବା ନେଇ ଗ୍ରାହକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭାଗର ଏଭଳି କାର୍ଯ୍ୟକୁ ଲୋକେ ନାପସନ୍ଦ ମଧ୍ୟ କରିଛନ୍ତି।
ଏସଂକ୍ରାନ୍ତରେ ଉପଖଣ୍ଡ ବିଦ୍ୟୁତ ବିଭାଗ ଅଧିକାରୀ ସୁବ୍ରତ ପଣ୍ଡାଙ୍କୁ ଯୋଗାଯୋଗ କରି ପଚାରିବାରୁ ଲାଇନ ସଜଡ଼ା ଯାଉଥିବା କଥା କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ