Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ପ୍ରଶାସନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ

ଜମନକିରା ବ୍ଲକ ପ୍ରଶାସନ ପକ୍ଷରୁ ଆଜି କସଡା ପଞ୍ଚାୟତ ଠାରେ ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ ହୋଇଯାଇଛି। କାର୍ଯକ୍ରମ ପ୍ରାରମ୍ଭରେ ଜମିରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଚାଷ ଜମିରେ ଲଙ୍ଗଳ କରାଯାଇ ବିହନ ବୁଣା ଯାଇଥିଲା। ଏହି ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା।ବ୍ଲକ କୃଷି ଅଧିକାରୀ, ଲୋଚନ ଚନ୍ଦ୍ର ମାଝୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ କୃଷକ ସଂଗଠନର ସଭାପତି ବିରେନ୍ଦ୍ର ଚୌଧୁରୀ, ବିଜେଡି ସଭାନେତ୍ରୀ ସ୍ନିଗ୍ଧା ପଟେଲ, ବ୍ଲକ ଉଦ୍ୟାନ ଅଧିକାରୀ, ହିତେଶ ବଢ଼େଇ, ବ୍ଲକ ସହକାରୀ ମସ୍ୟ ସମ୍ପଦ ଅଧିକାରୀ, ସୁନିଲ ରଣା, ସହକାରୀ କୃଷି ଅଧିକାରୀ ଜଗଦୀଶ ପ୍ରସାଦ ଧାନ, ପ୍ରସନ୍ନ ଶତପଥୀ, ଅମଳ ନାଏକ, ଚନ୍ଦ୍ରିକା ଦେହୁରୀ, ସତ୍ୟନାରାୟଣ ପଣ୍ଡା, ଗ୍ରାମ ସେବକ କୋଦଣ୍ଡ କାଲୋ, ଶରତ କିଶାନ, ବୈଷୟିକ ପରିଚାଳକ ଔଷଧିସ ଦନ୍ତା, ଆକାଶ ରଞ୍ଜନ ଭୋଇ, ସୁଭଜିତ ବେହେରା, କୃଷକ ସାଥୀ ଜିତେନ୍ଦ୍ର ମାଝୀ, ଜିତେନ୍ଦ୍ର ଚୌଧୁରୀ, ମହେନ୍ଦ୍ର ପ୍ରଧାନ, ସବିତା ପଟେଲ, ବିମଳ ମଣି ନାୟକ, ରବୀନ୍ଦ୍ର ଚୌଧୁରୀ ଏବଂ ସ୍ବେଛାସେବୀ ସଂଗଠନ ପକ୍ଷରୁ ପରିମଳ ପଣ୍ଡା ଓ ବିପିନ ବାଗ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ