Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବାକୁ ଆଶା ରଖିଥିବା ଲୋକଙ୍କ ପାଇଁ ନିରାଶଜନକ ଖବର । ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ । ଏଥିସହ ଚୋରା ମଦ କାରବାର ବି ସମ୍ପୂର୍ଣ୍ଣ ବନ୍ଦ ହେବ । ଏଥିପାଇଁ ଅବକାରୀ ନୀତିରେ ଆମୂଳଚୁଳ ପରିବର୍ତ୍ତନ କରାଯିବା ସହ ତାହାକୁ ଆହୁରି କଡ଼ାକଡ଼ି କରାଯିବ ।’ ଗୁରୁବାର ଏପରି ମନ୍ତବ୍ୟ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଗଣମାଧ୍ୟମ ସହ ଆଲୋଚନା ବେଳେ ଆଇନ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବନି । ଯେଉଁ ମଦନୀତି ଥିଲା ତାହାକୁ ସାବଲୀଳ କରାଯିବ । ବର୍ତ୍ତମାନ ପ୍ରଚଳିତ ମଦ ନୀତିରେ ଥିବା ସମସ୍ୟାକୁ ସୂଚାରୁ ରୂପେ ସମାଧାନ କରାଯିବା ଦିଗରେ ପ୍ରଚେଷ୍ଟା କରାଯାଉଛି । ପୁରୁଣା ନିୟମକୁ ୭ ମାସ ପାଇଁ ଲାଗୁ କରାଯାଉଛି। ଆସନ୍ତା ବର୍ଷରେ ଯେତେବେଳେ ସମ୍ପୂର୍ଣ୍ଣ ଭାବେ ଅବକାରୀ ନୀତି ପ୍ରଣୟନ କରାଯିବ ସେଥିରେ ଆମୂଳଚୁଳ ପରିବର୍ତ୍ତନ କରାଯିବ ।

ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଚୋରା ମଦ କାରବାର ସବୁବେଳେ ମୁଣ୍ଡ ବିନ୍ଧାର କାରଣ ପାଲଟୁଛି। ତେଣୁ ଚୋରାମଦ ବିକ୍ରି ବନ୍ଦ କରିବା ଆମ ସମ୍ମୁଖରେ ଏକ ଚ୍ୟାଲେଞ୍ଜ । ତେଣୁ ଆସନ୍ତା ବର୍ଷ ଲାଗୁ ହେବାକୁ ଥିବା ଅବକାରୀ ନିୟମରେ ଅବକାରୀ ନୀତିକୁ ଆହୁରି କଡ଼ାକଡ଼ି କରାଯିବ । ନୂଆ ମଦ ନୀତିରେ ଓଡ଼ିଶାରେ ଚୋରା ମଦ ସଂପୂର୍ଣ୍ଣ ବନ୍ଦ ହେବ । ରାଜ୍ୟରେ ଯେପରି ଆଉ ଚୋରା ମଦ ନ ହୋଇ ପାରିବ ସେ ଦିଗରେ ତୀକ୍ଷଣ ଦୃଷ୍ଟି ଦିଆଯିବା ସହ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ।