‘ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ’

ଭୁବନେଶ୍ୱର: ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ବଢୁଛି ମହାନଦୀର ଜଳସ୍ତର। କଟକ ମୁଣ୍ଡଳୀରେ ମହାନଦୀ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାକୁ ଲାଗିଛି। ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ । ତେବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ଶୁକ୍ରବାର କହିଛନ୍ତି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । କେବଳ ତଳିଆ ଅଞ୍ଚଳରେ ପାଣି ପଶିପାରେ । ତେଣୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମହାନଦୀ ଜଳସ୍ତର ବଢୁଛି ଏବଂ ହୀରାକୁଦର ୧୪ ଗେଟ୍ ଖୋଲା ରହିଛି । ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ । ତଳିଆ ଅଞ୍ଚଳ କଣାସ, ଧନୁଆରେ ପାଣିପାରେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, ପୁରୀ ଜିଲ୍ଲାର ଅଧିକାରୀ ସଜାଗ ଅଛନ୍ତି ।
ସେପଟେ ବୈତରଣୀ ବଢୁଛି, ବଡ ବର୍ଷା ନ ଥିବାରୁ ଜଳସ୍ତର ଖସିବ । ସୁବର୍ଣ୍ଣରେଖା, ବୁଢାବଳଙ୍ଗ,ଜଳକା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଏଥିପାଇଁ ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ।
ଏତ୍ବ୍ୟତିତ ଆଜି ସକାଳେ ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍ ଖୋଲିଛି। ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଦିନ ୧୧ଟା ସୁଦ୍ଧା ହୀରାକୁଦରେ ୨ଲକ୍ଷ ୬୦ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ୨ଲକ୍ଷ୫୦ହଜାର କ୍ୟୁସେକ ନିଷ୍କାସନ ହେଉଛି। ସେହିପରି ଖଇରମାଳରେ ୩ଲକ୍ଷ କ୍ୟୁସେକ ପ୍ରଭାବିତ ହେଉଛି। ଖଇରମାଳରେ ମଧ୍ୟ ମଧ୍ୟ ପିକ୍ କମିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି।