Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ରେ ବିଶ୍ୱ ଆଦିବାସ ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ନୂତନ ଟାଉନ ହଲ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳନ ହୋଇଯାଇଛି। ଏଥିରେ ପ୍ରଥମେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ବରୀ ମନ୍ଦିରରେ ପୂଜାର୍ଚନା କରି ଆଦିବାସୀଙ୍କ ଅସ୍ତ୍ରଶସ୍ତ୍ର ଧରି ପାରମ୍ପାରିକ ନୃତ୍ୟ ଗୀତ ଓ ବାଦ୍ୟର ତାଳେତାଳେ ନୃତ୍ୟ କରି ଶୋଭା ଯାତ୍ରାରେ ବାହାରି ନୂତନ ଟାଉନହଲକୁ ଆସିଥିଲେ। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ରୀଯୁକ୍ତ ଯୋଗୀନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଜଗଦଲା, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରାଧାକାନ୍ତ ମହାକୁର, ସାଂସଦ ପ୍ରତିନିଧି, ଉଲୁଣ୍ଡା ବ୍ଲକ, ଶ୍ରୀଯୁକ୍ତ ଗୁପ୍ତେଶ୍ୱର ମଲ୍ଲିକ, କାର୍ଯ୍ୟକାରୀ ସଭାପତି, ଆଦିବାସୀ କଲ୍ୟାଣ ସଙ୍ଘ, ସୁବର୍ଣ୍ଣପୁର, ଶ୍ରୀଯୁକ୍ତ ଭାଗିରଥି ମୁଣ୍ଡା, ସଭାପତି, ମ୍ୟୁନିସିପାଲଟି ସୋନପୁର, ଶ୍ରୀଯୁକ୍ତ ସାଧବ ଭୁଏ, ସଭାପତି, ଆଦିବାସୀ କଲ୍ୟାଣ ସଂଘ ସୋନପୁର ବ୍ଲକ, ଶ୍ରୀଯୁକ୍ତ ନନ୍ଦନ ବାରିକ, ସଭାପତି, ଆଦିବାସୀ କଲ୍ୟାଣ ଉଲୁଣ୍ଡା ବ୍ଲକ, ଶ୍ରୀଯୁକ୍ତ ଯୋଗୀନ୍ଦ୍ର ମିର୍ଦ୍ଧା, ସଭାପତି, ଆଦିବାସୀ କଲ୍ୟାଣ ସଙ୍ଘ, ବିରମହାରାଜପୁର ବ୍ଲକ, ଶ୍ରୀଯୁକ୍ତ ଭଲଭଦ୍ର କଅଁର, ସଭାପତି, ତରଭା ବ୍ଲକ, ଶ୍ରୀଯୁକ୍ତ ବିରଞ୍ଚି କଅଁର, ସଭାପତି, ଆଦିବାସୀ କଲ୍ୟାଣ ସଂଘ ବିନିକା ବ୍ଲକ, ଶ୍ରୀଯୁକ୍ତ ସୁରେଷ କୁମାର ଭୋଇ, ସଭାପତି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ଡୁଙ୍ଗୁରିପାଲି ବ୍ଲକ, ଶ୍ରୀଯୁକ୍ତ କରଂଜିତ ଭୋଇ, ସଭାପତି, ଆଦିବାସୀ କଲ୍ୟାଣ ସଂଘ, ପୌରପରିଷଦ ବିନିକା ଯୋଗଦାନ କରି ବିଶ୍ୱ ଆଦିବାସୀ ଦିବସ ଉପରେ ଆଲୋଚନା କରିଥିଲେ ଏବଂ ଏହି ଦିବସକୁ ସରକାରୀ ଛୁଟି ଘୋଷଣା କରିବା ପାଇଁ ଦାବି ଜଣାଇଥିଲେ। ଆଦିବାସୀ ମାନଙ୍କର ହକ ଅଧିକାରକୁ ହାତେଇବାକୁ ହେଲେ ଆମେ ସଂଗଠିତ ହେବାକୁ ହେବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଶ୍ରୀ ବୁଢାଦେଓ ନୃତ୍ୟ ଗ୍ରୁପ, କୁଞ୍ଜପାଲି, ବିରମହାରାଜପୁର, ତରଭା ବ୍ଲକର ସାଧବ କଅଁର ଓ ସାଥି, ଉଲୁଣ୍ଡା ବ୍ଲକର ସିଂହପାଲି ସାସ୍କୃତିକ ଦଳ ଓ ଗୋବିନ୍ଦପୁର ସଂସ୍କୃତିକ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। ଏଥିରେ ସମସ୍ତ ସଂସ୍କୃତିକ ଦଳ ମାନଙ୍କୁ ସଂଘ ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା ବେଳେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିଲେ ଶ୍ରୀଯୁକ୍ତ ରୋହିତ କଅଁର ଓ ମଞ୍ଚ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ମକୁନ୍ଦ ଧରୁଆ ପରେ ଧନ୍ୟବାଦ ଅର୍ପଣ କରିଥିଲେ ଆଦିବାସୀ କଲ୍ୟାଣ ସଂଘର ସମ୍ପାଦକ ଶ୍ରୀଯୁକ୍ତ ଲମ୍ବୋଦର ଧରୁଆ। ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଆଦିବାସୀ ମାନେ ସାମିଲ ହୋଇଥିଲା ବେଳେ ପଦ୍ମନାଭ ଧରୁଆ, ନରୋତ୍ତମ ଆଡବାଙ୍କ, ବରୁଣ ଭୋଇ, ଶୁକଦେବ ମଲ୍ଲିକ, ପ୍ରମୋଦ ଭୋଇ, କପୁରଚନ ଭୋଇ, ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ