Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ସରକାରଙ୍କ ଚଳିତ ବଜେଟ ଉପରେ ଜନସାଧାରଣଙ୍କ ସହ ଆଲୋଚନା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସ୍ଥିତ ସାମ୍ବାଦିକ ଭବନ ଠାରେ ଜମନକିରା ବ୍ଲକ ବିଜେପି ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାରଙ୍କ ୨୦୨୪-୨୫ ବଜେଟ ଉପରେ ଜନସାଧାରଣଙ୍କ ସହିତ ଆଲୋଚନା କରାଯାଇଥିଲା। ଏଇ ଆଲୋଚନାରେ ବିଜେପି ପର୍ଯ୍ୟବେକ୍ଷକ ରଞ୍ଜନ ମହାପାତ୍ର ଓଡ଼ିଶା ସରକାରଙ୍କ ବଜେଟ ଉପରେ ଜନସାଧାରଣଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୋକୁଳା ନନ୍ଦ ଦାନୀ, ସଚ୍ଚିଦାନନ୍ଦ ଶର୍ମା, ପ୍ରଶାନ୍ତ ପଣ୍ଡା ପ୍ରମୁଖ ବଜେଟ ଉପରେ ନିଜସ୍ଵ ବକ୍ତବ୍ୟ ରଖିଥିଲେ। ତେବେ ଚଳିତ ବଜେଟରେ ସାମ୍ବାଦିକଙ୍କ ପାଇଁ କିଛି ସୁବିଧା ନଥିବାରୁ ସାମ୍ବାଦିକ ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଥିଲା। ପୂର୍ବ ସରକାର ୨୫ ବର୍ଷ ରାଜତ୍ଵ କଲା ମଧ୍ୟରେ ସାମ୍ବାଦିକ ଙ୍କ ପାଇଁ କିଛି ବି ଯୋଜନା କରିନଥିଲେ। ଅନ୍ୟପକ୍ଷରେ ଅପେକ୍ଷା ମଧ୍ୟ କରିଥିଲେ। ନୂତନ ସରକାର ଆସିଲା ପାରେ ସାମ୍ବାଦିକଙ୍କ ଆଶା ସଂଚାର ହୋଇଥିଲା। ଅତ୍ୟନ୍ତ ପକ୍ଷେ କିଛି ଟା ଦାବି ପୂରଣ ହେବ ବୋଲି ଆଶା ଥିଲା। ମାତ୍ର ତାଙ୍କ ପାଇଁ ବଜେଟରେ କିଛି ନରହିବାରୁ ନିରାଶ ହେବାକୁ ପଡିଥିବା ନେଇ ରାଜ୍ୟ ସାମ୍ବାଦିକ ସଂଘ ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀ ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ