Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ; ଆସନ୍ତା ଗୁରୁଦିବସ ଦିନ ଶିକ୍ଷକ ସଂଘ କରିବେ ଅନଶନ

ଜମନକିରା : ସମ୍ବଲପୁର ଜିଲ୍ଲା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଓଡ଼ିଶା ପକ୍ଷରୁ ଆଜି ଏକ କାର୍ଯ୍ୟକାରିଣୀ କମିଟୀର ବୈଠକ ଜମନକିରା ସାମ୍ବାଦିକ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ସଂଗଠନ ସଭାପତି ବିରେନ୍ଦ୍ର କୁମାର ପଟେଲ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଚକ୍ରଧର ମାଝି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସଂଘ ସମ୍ପାଦକ ପଙ୍କଜ ବେହେରା ପୂର୍ବ ସଭାର ବିବରଣୀ ପଠନ କରିବା ପରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ସଭାପତି ଙ୍କ ଅନୁମତି କ୍ରମେ ଆଲୋଚିତ ହୋଇଥିଲା। ସଂଘର ଉପ ସଭାପତି ସତୀଶ ଛୁରିଆ ଶିକ୍ଷକ ମାନଙ୍କ ଦୀର୍ଘ ଦିନର ଦାବି ଗୁଡ଼ିକ ଉପସ୍ଥାପିତ କରିଥିଲେ। ଏଥି ମଧ୍ୟରୁ ମୁଖ୍ୟତଃ Modified Assured Career Progression (MACP) ଓ କନିଷ୍ଠ ଶିକ୍ଷକ ମାନଙ୍କ ପ୍ରୋମୋଶନ ବିଷୟରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ଆଲୋଚନାରେ ସହ -ସମ୍ପାଦକ ପଙ୍କଜ ବେହେରା, ବାମରା ବ୍ଲକ ପ୍ରତିନିଧି ପ୍ରସନ୍ନ ରଣା, କୁଚିଣ୍ତା ପ୍ରତିନିଧୂ ହରି ନାଏକ, ନାକଟିଦେଉଳ ପତିନିଧୁ ଜଗଦୀଶ ସତପଥୀ ରେଢାଖୋଲ ପ୍ରତିନିଧି ଶିବମୋହନ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ସଭାରେ ବିଷ୍ଣୁ ଚରଣ ଧାନ, ନୀଳମଣି ଝାଙ୍କର, ଲୋକନାଥ ଜୟପୁରିଆ, ଦିଲୀପ ପଟେଲ, ଜନରଞ୍ଜନ ବଜପଣ୍ଡା, ରାଜକିଶୋରେ ଭୋଇ, ନବୀନ କିସାନ ପ୍ରିୟରଞ୍ଜନ ସାଥୁଆ ପ୍ରମୁଖ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରିଥିବା ବେଳେ ସଂଘର ମହିଳା ପ୍ରତିନିଧି ବାସନ୍ତୀ ବେହେରା, ଲଜିତା ଧଳ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ। ରାଜ୍ୟ ସଂଘ ତରଫରୁ ରାଜେନ୍ଦ୍ର କୁମାର ଜଗତ ଓ ତୀର୍ଥରାଜ ନାଏକ ଉପସ୍ଥିତ ରହି ସମର୍ଥନ ପ୍ରଦାନ କରିଥିଲେ। ବାରମ୍ବାର ଜିଲ୍ଲା ପ୍ରଶାସନ କୁ ଲିଖିତ ଦାବି ତଥା ମୌଖୁକ ଅନୁରୋଧ କରିବା ସତ୍ତ୍ବେ ଦୀର୍ଘ ୨ ବର୍ଷ କାଳ ହେବ ଏମଏସଏପି ହୋଇ ନ ଥିବାରୁ ସଭାର ସମସ୍ତ ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ। ଏହା ସହ ସର୍ବସମ୍ମତି କ୍ରମେ ଶିକ୍ଷକ ମାନଙ୍କ ନାର୍ଯ୍ୟ ଦାବି ଗୁଡିକ ପୂରଣ ସକାଶେ ଆସନ୍ତା ଗୁରୁଦିବସ ସେପ୍ଟେମ୍ବର ୫ ତାରିଖ ଦିନ ସଭାପତି ଶ୍ରୀ ପଟେଲଙ୍କ ନେତୃତ୍ଵରେ ଶିକ୍ଷକ ମାନେ ଜିଲ୍ଲାପାଳ, ସମ୍ବଲପୁରଙ୍କ କାର୍ଯ୍ୟଲୟ ସମ୍ମୁଖରେ ଅନସନରେ ବସିବେ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଥିଲା। ଶେଷରେ ସମ୍ପାଦକ ଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ପରେ ସଭା ସାଙ୍ଗ କରାଗଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ