Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ବିବେକାନନ୍ଦ ଶିଶୁ ମନ୍ଧିରରେ 24 ତମ ଜ୍ଞାନ ବିଜ୍ଞାନ ମେଳା

ବେଲଗୁଣ୍ଠା, 10/08, ବେଲଗୁଣ୍ଠା ବଡଦାଣ୍ଡ ସ୍ଥିତ ବିବେକାନନ୍ଦ ଶିଶୁ ମନ୍ଦିରରେ 24 ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ଉଦ୍ଘାଟକ ରୂପେ ଅବସରପ୍ରାପ୍ତ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଡ. ଅଶୋକ କୁମାର ତ୍ରିପାଠି ଯୋଗ ଦେଇ ଏହି ଜ୍ଞାନ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ I ଡ ତ୍ରିପାଠୀଙ୍କ ସମେତ ବେଲଗୁଣ୍ଠା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼ି ରଶ୍ମିତା କୁମାରୀ ବିନ୍ଧାଣୀରା,ଅଧ୍ୟାପକ ମନୋଜ କୁମାର ପାଢୀ ପ୍ରମୁଖ ବିଚାରକ ରୂପେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ସବ୍ ଜୁନିୟର୍, କନିଷ୍ଠ ଏବଂ ବରିଷ୍ଠ ବିଭାଗରେ 80 ଜଣ ଛାତ୍ରଛାତ୍ରୀ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I ଜୁନିଅର୍ ବିଭାଗରେ ଛାତ୍ର ସ୍ୱୟଂ ପ୍ରକାଶ ବେହେରା, ଛାତ୍ରୀ ସୁଶ୍ରୀତା ନାୟକ ଏବଂ ସ୍ନେହାଶ୍ରୀ ବାଡ଼ତ୍ଯା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ସବ୍ ଜୁନିୟର୍ ବିଭାଗରେ ଅନିମେଶ ବେହେରା, ଜି ତୁହାନ୍,ଆୟୂଷ ସାହୁ ଏବଂ ବରିଷ୍ଠ ବିଭାଗରେ ଲଭଲୀ ପଣ୍ଡା, ଭାବଗ୍ରାହୀ ନାୟକ ଏବଂ ଆଦର୍ଶ ନାୟକ ଯଥାକ୍ରମେ ପ୍ରଥମ ତିନୋଟି ସ୍ଥାନ ହାସଲ କରିଥିଲେ I ଅନୁଷ୍ଠାନ ସଭାପତି ମାଧବ ଚନ୍ଦ୍ର ଆପଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ତଥା ବିଦ୍ୟାଳୟର ଆଇନ୍ ପରାମର୍ଶ ଦାତା ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ପ୍ରାକ୍ତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନ ସମ୍ପାଦକ ସୁଶାନ୍ତ କୁମାର ବେହେରା, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗୁରୁମା ଶୁଭଶ୍ରୀ,ସନ୍ଧ୍ୟା,ମୋତି,ଟୁନୀ, ମାହେଶ୍ୱରୀ,ଅର୍ପିତା, ସୁଜାତା, ମାଧୁରୀ, ସିମ୍ରନ୍, ପିଙ୍କି, ମହାଲକ୍ଷ୍ମୀ,ଶୁଭମ୍,ପୂଜା, ବିଶ୍ମିତା,ଗୁରୁଜୀ ସୁକାନ୍ତ,ଗୁଣ୍ଡିଚା, ଶିବରାମ, ସତ୍ୟ,ବସନ୍ତ, ସନ୍ତୋଷ, ସାଗର, ତ୍ରିପତି,ସେବିକା ସୂର୍ଯ୍ୟମଣି, କଲ୍ୟାଣୀ, ଯାଜ୍ଞସେନି, ପ୍ରତିମା, ଝୁନୁ ପ୍ରମୁଖ ସହଯୋଗ କରିଥିଲେ I ଅନୁଷ୍ଠାନ ସମ୍ପାଦକ ସୁଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ I