Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଘରିଆ ସମାଜ ପକ୍ଷରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ କୁ ଆଘରିଆ ଦିବସ ଭାବରେ ପାଳିତ ,ଚାଷୀ ସମସ୍ୟା ନେଇ ଆନ୍ଦୋଳନ ନିଷ୍ପତ୍ତି

ଜମନକିରା :୨୩/୪: ଅଖିଳ ଭାରତୀୟ ଅଘରିଆ ସମାଜ, ବାମଣ୍ଡା ଆଞ୍ଚଳିକ ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ, କୃଷକ ଦିବସ ଓ ଅଘରୀୟା ଦିବସ ପାଳନ ଅବସରରେ ଅଖିମୁଠି ଶୁଭାରମ୍ଭ କରିବା ସହ ଭୋଜପୁର ସ୍ଥିତ କୃଷି ବିପଣି କେନ୍ଦ୍ରରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବକାଶରେ ଭୋଜପୁର କଲେଜ ନିକଟସ୍ଥ କୃଷି କ୍ଷେତ୍ରରେ ଭୋଜପୁର ଗୁଡ଼ି ସଭାପତି ଗୋପାଳ ପଟେଲଙ୍କ ନେତୃତ୍ୱରେ ଟ୍ରାକ୍ଟର ଯୋଗେ ଜମି ଚଷିବା ସହ ମାଟି ମା’ ର ପୂଜା ଅର୍ଚ୍ଚନା କରାଯାଇଥିଲା। ଚଳିତ ବର୍ଷର ପ୍ରଥମ ଧାନ ବିହନ ବୁଣା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜର ରାଜ୍ୟ ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ଉପଦେଷ୍ଟା ଗଙ୍ଗାଧର ନାଏକ, ଆଞ୍ଚଳିକ ସଭାପତି ବନମାଳୀ ନାୟକ ଏବଂ ରାଜ୍ୟ ମହିଳା ସଭାନେତ୍ରୀ ଜୟନ୍ତୀ ପଟେଲ ପ୍ରମୁଖ ସାମିଲ ଥିଲେ। ପରେ ବିପଣୀ କେନ୍ଦ୍ର ପରିସରରେ ଆୟୋଜିତ ସଭାକୁ ଗୁଡ଼ି ସମ୍ପାଦକ ରମେଶ ଚନ୍ଦ୍ର ପଟେଲ ସଂଯୋଜନା କରିଥିଲେ।ଏଥିରେ ରାଜ୍ୟ ଉପଦେଷ୍ଟା ଗଙ୍ଗାଧର ନାଏକ ମୁଖ୍ୟଅତିଥି, ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, କୃଷକ ନେତା ନୃପଲାଲ ପଟେଲ, କୃଷିବିତ୍ତ୍ ସନ୍ତୋଷ ଧୁରୁଆ, ଉପ-ସଭାପତି ନରେଶ ଚନ୍ଦ୍ର ପଟେଲ, ଆଞ୍ଚଳିକ ସଭାପତି ବନମାଳୀ ନାଏକ, ରାଜ୍ୟ ନାରୀ ସଭାନେତ୍ରୀ ଜୟନ୍ତୀ ପଟେଲ, ରାଜ୍ୟର ପୂର୍ବ ସହ-ସମ୍ପାଦକ ସୁବୋଧ କୁମାର ପଟେଲ, ବାମଣ୍ଡା ଆଞ୍ଚଳିକ ନାରୀ ସଭାନେତ୍ରୀ ରଜନୀ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦିବସର ମହତ୍ତ୍ଵ ସଂପର୍କରେ କହିବା ସହ କୃଷି ପ୍ରଧାନ ଜାତି ଏହି ଦିବସକୁ ଅଘରିଆ ଦିବସ ରୂପେ ପାଳନର ଆବଶ୍ୟକତା ସମ୍ପର୍କରେ କହିଥିଲେ। ଏଥିସହ ପାରମ୍ପରିକ ବିହନକୁ ନେଇ ଜୈବିକ ଚାଷ କରିବାକୁ ଆହ୍ବାନ ଦେବା ସହିତ କୃଷି ଓ କୃଷକର ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସଂଗଠିତ ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଥିଲେ। ପରବର୍ତ୍ତୀ ସାଂଗଠାନିକ ଆଲୋଚନାରେ ୨୦୧୮ ଓ ୨୦୨୨ ଆର୍ଥିକ ବର୍ଷର ବୀମା କ୍ଷତି ପୂରଣ ଚାଷୀମାନେ ପାଇ ନଥିବାରୁ ଅବିଭକ୍ତ ବାମଣ୍ଡା ଅର୍ଥାତ ଦେବଗଡ଼ ଜିଲ୍ଲା ଓ କୁଚିଣ୍ଡା ଉପଖଣ୍ଡରେ ଅଘରିଆ ସମାଜ ସମସ୍ତ ଚାଷୀ ମାନଙ୍କୁ ଏକତ୍ରିତ କରି ଆନ୍ଦୋଳନ କରିବା ବୋଲି ଘୋଷଣା କରିଥିଲେ। ସମାଜର ସମ୍ବିଧାନ ସଂଶୋଧନ ପ୍ରକ୍ରିୟା ଅବସରରେ ପ୍ରତ୍ୟେକ ଅଞ୍ଚଳରେ ମଧ୍ୟ ଆଞ୍ଚଳିକ ସ୍ତରୀୟ ସଂଗଠନ ସମ୍ପାଦକ ପଦବୀ ସୃଷ୍ଟି ପ୍ରକ୍ରିୟାକୁ ସ୍ୱାଗତ କରିବା ସହ ଆଞ୍ଚଳିକ କମିଟିର ଖାଲି ଥିବା ପଦବୀ ଗୁଡ଼ିକୁ ମଧ୍ୟ ପୁରଣ କରାଯାଇଥିଲା। ଶେଷରେ ଆଞ୍ଚଳିକ ସମ୍ପାଦକ ସୁଦୀପ୍ତ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ମହିଳା ସଭାନେତ୍ରୀ କଲ୍ୟାଣୀ ପଟେଲ, ବିଭିନ୍ନ ମଣ୍ଡଳର ସଭାପତି ଗଣ ମନୋରଞ୍ଜନ ପଟେଲ, ଦେବାନନ୍ଦ ପଟେଲ,ଭିକାରୀ ଚରଣ ପଟେଲ,ପୂର୍ଣ୍ଣ ଚନ୍ଦ୍ର ପଟେଲଙ୍କ ସହ ବିଭିନ୍ନ ଗୁଡ଼ିର ସଭାପତି ଓ ସଂପାଦକ ଗଣ ସାଂଗଠାନିକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।