ସମ୍ବଲପୁର:ଆଜି ସମ୍ପ୍ରତି ଆଇ. ଆଇ.ଏମ୍ମ ସମ୍ବଲପୁର ତରଫରୁ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ସ୍କୁଲ ଛାତ୍ରଛାତ୍ରୀ ଙ୍କ ପ୍ରସ୍ତୁତି ପାଇଁ ଏକ ଗ୍ରୁମିଙ୍ଗ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଆଜି ପର୍ବାହ୍ନ ରେ ଲାଇବ୍ରେରୀ ର ସମସ୍ତ ସଦସ୍ୟ,ନିମନ୍ତ୍ରିତ ଅତିଥି ଓ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ରେ ଆଇ ଆଇ ଏମ ର ନିର୍ଦେଶକ ପ୍ରଫେସର ମହାଦେବ ଯଏଶ୍ୱଲ ଫିତା କାଟି ଲାଇବ୍ରେରୀ ର ତଳ ମହଲା କୋଠା ରେ ଉକ୍ତ କେନ୍ଦ୍ର କୁ ଉଦଘାଟନ କରିଥିଲେ।ପରେ ପରେ ଉପର ହଲ ରେ ଅନୁଷ୍ଠାନ ର ସଭାପତି ପ୍ରୋଫାସର ଆଦିତ୍ୟ ପ୍ରସାଦ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ,ପୂଜାର୍ଚ୍ଚନା ଓ ବେଦ ପାଠ ପରେ ଏହି କେନ୍ଦ୍ର ର ଉଦ୍ୟେଶ ବିଷୟରେ ପ୍ରୋଫାସର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ପ୍ରଦାନ କରି ସମ୍ପ୍ରତି ଗ୍ରୁମିଙ୍ଗ କାର୍ଯ୍ୟକ୍ରମ ଆଇଆଇଏମ ର ପ୍ରେରଣା ରେ ହୋଇଥିବା କହିଥିଲେ।ପ୍ରୋଫାସର ଶଙ୍କର ପ୍ରସାଦ ପତି ଗ୍ରୁମିଙ୍ଗ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିବା ବେଳେ ସଭ୍ୟ ସମ୍ପାଦକ ରଘୁନାଥ ମିଶ୍ର ଲାଇବ୍ରେରୀ ର କାର୍ଯ୍ୟକାରିତା ଉପରେ ସୂଚନା ଦେଇଥିଲେ।ମୁଖ୍ୟଅତିଥି ଶ୍ରୀ ଜୟସ୍ଵଲ ଆଗାମୀ ଦିନରେ ଏହି ଗ୍ରୁମିଙ୍ଗ କାର୍ଯ୍ୟକ୍ରମ କୁ ପ୍ରତ୍ୟେକ ସ୍କୁଲ ସ୍ତରରେ ପହଞ୍ଚାଇ ବାକୁ କହି ଆଇ ଆଇ ଏମ ର ଛାତ୍ରଛାତ୍ରୀ ଏହାକୁ ପରିଚାଳନା କରିବେ ବୋଲି ସୂଚନା ଦେଇଥିଲେ।ସଭାରେ ଲାଇବ୍ରରିରୀ ର ସମସ୍ତ ସାଧନ କର୍ମୀ, ଆଇଆଇଏମ ର ଛାତ୍ରଛାତ୍ରୀ ଙ୍କ ସମେତ ଲାଇବ୍ରେରୀ ର ସଦସ୍ୟ ଓ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।ଶେଷରେ ଶ୍ରୀ ଅରବିନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ପବ୍ଲିକ ଲାଇ ବ୍ରେରୀ ରେ ନୂଆଁ ଅଧ୍ୟାୟ ଯୋଡ଼ିଲା
