Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ୨ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: ନିର୍ବାଚନ ସରିଥିଲେ ସୁଦ୍ଧା ଫଳାଫଳକୁ ଏବେ ବି ଅନେକ ପରାଜିତ ପ୍ରାର୍ଥୀ ଗ୍ରହଣ କରି ପାରି ନାହାନ୍ତି । ତେଣୁ ହାଇକୋର୍ଟଙ୍କ ନୋଟିସ୍ ଖାଲି ବିଜୟୀ ବିଧାୟକଙ୍କ ନିକଟକୁ ଆସିବାରେ ଲାଗିଛି । ଏହିକ୍ରମରେ ପୁଣିଥରେ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ।

ରାଉରକେଲା ବିଧାୟକ ସାରଦା ପ୍ରସାନ ନାୟକ ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଏହି ନୋଟିସ୍ ଜାରି କରାଯାଇଛି। ସେପ୍ଟେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ନିର୍ବାଚନୀ ଅନିୟମିତତା ମାମଲାରେ ୬ ଜଣ ବିଧାୟକଙ୍କୁ ନୋଟିସ କରାଯାଇଥିଲା। ୩ ଜଣ ବିଧାୟକ ହେଲେ ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ପାତ୍ର ଓ ବ୍ୟୋମକେଶ ରାୟ। ଜାରି ନୋଟିସର ଜାବାବ ଦାଖଲ କରିବାକୁ ହାଇକୋର୍ଟ କହିଥିଲେ ।

ସେହିପରି ଜୁଲାଇ ୨୫ ତାରିଖରେ ବାଲେଶ୍ୱର ଜିଲା ସୋରର ବିଜେଡି ବିଧାୟକ ମାଧବ ଧଡ଼ା ଏବଂ କଳାହାଣ୍ଡି ଜିଲା ନର୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ଏହି ନୋଟିସ୍ ଜାରି ହୋଇଛି। ଉଭୟଙ୍କ ବିରୋଧରେ ରୁଜୁ ହୋଇଥିବା ନିର୍ବାଚନୀ ଅନିୟମିତତା ମାମଲାରେ ନିଜର ପକ୍ଷ ରଖିବା ପାଇଁ ହାଇକୋର୍ଟଙ୍କ ଆଦେଶ ରହିଛି। ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି।