Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହର୍ ଘର୍ ତ୍ରିରଙ୍ଗା ନେଇ ପ୍ରସ୍ତୁତି ବୈଠକ

ଜମନକିରା : ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହର୍ ଘର୍ ତ୍ରିରଙ୍ଗା ଅଭିଯାନ କୁ ସଫଳ କରିବା ପାଇଁ ଆଜି ଜମନକିରା ବ୍ଲକ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜମନକିରା ବିଡ଼ିଓ ସୁଶ୍ରୀ ରୀନା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ମୁଖ୍ୟତଃ ହର୍ ଘର୍ ତ୍ରିରଙ୍ଗା ଏବଂ ସ୍ଵାଧୀନତା ଦିବସ କୁ କିପରି ଧୁମ୍ ଧାମରେ ପାଳନ କରାଯିବ, ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି କ୍ରମରେ ଆସନ୍ତା କାଲି ୧୪ତାରିଖ ପୂର୍ବାହ୍ନ ସାଢେ଼ ୭ ଘଟିକା ସମୟରେ ଏକ ମାରାଥନ ଦୌଡ଼ ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରୁ ବାହାରି ବାବେଜୁରି ବାଇପାସ୍ ପର୍ଯ୍ୟନ୍ତ ଚାଲିବ। ସର୍ବମୋଟ ୫ ଟି ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରାଯିବ। ଏଥିରେ ବାଇକ୍ ରାଲି ମଧ୍ୟ ମାରାଥନ ଦୌଡ଼ ପଛେ ପଛେ ଯାତ୍ରା କରିବ। ମାରାଥନ ଶେଷ ହେବା ପରେ କାନଭାସ ଏବଂ ତ୍ରିରଙ୍ଗା ସେଲ୍ଫି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରାଯିବ। କାନଭାସ୍ ରେ ଅତିଥି ଏବଂ ଜନସାଧାରଣ ଦସ୍ତଖତ କରିବେ। ପରେ ତ୍ରିରଙ୍ଗା ସେଲ୍ଡି ପଏଣ୍ଟ ରେ ସମସ୍ତେ ଶେଲ୍ଫି ଫଟୋ ଉଠେଇବେ। ପରଦିନ ଅଗଷ୍ଟ ୧୫ ତାରିଖ ଦିନ ପ୍ରତ୍ୟୁଷ ସାଢେ଼ ୪ଟା ସମୟରୁ ପ୍ରଭାତ ଫେରି ହେବ। ପରେ ପରେ ଡାକ୍ତରଖାନା ପଡ଼ିଆରେ ସ୍ଵାଧୀନତା ଦିବସ ପାଳନ କରାଯିବ। ପ୍ରତ୍ୟେକ ସ୍ଵାଧୀନତା ଦିବସରେ ଜନପ୍ରତିନିଧି ଭାବେ ବିଧାୟକ ପତାକା ଉତ୍ତୋଳନ କରିବାର ଏଠି ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ କୁଚିଣ୍ଡା ବିଧାୟକ ମନ୍ତ୍ରୀ ପଦରେ ରହିଥିବା ହେତୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତ ଭୋଇ ପତାକା ଉତ୍ତୋଳନ ପୂର୍ବାହ୍ନ ସାଢ଼େ ୮ ଟା ସମୟରେ କରିବେ ବୋଲି ବୈଠକରେ ନିଷ୍ପତି ହୋଇଛି। ପତାକା ଉତ୍ତୋଳନ ପରେ ପ୍ୟାରେଡରେ ଭାଗ ନେଇଥିବା ଛାତ୍ରୀଛାତ୍ରଙ୍କୁ ଅଟିଥିଗଣ ଉସ୍ୟହିତ କରି ଗ୍ରାମବାସୀଙ୍କ ଉଦ୍ୟେଶରେ ଉଦବୋଧନ ଦେବେ। ସ୍ୱାଧୀନତା ସଂଗ୍ରାମୀ ଭାବେ ଲଢି ଦେଶ ପାଇଁ ଜୀବନ ଦେଇଥିବା ପରିବାର ବର୍ଗଙ୍କୁ ଏବଂ ଯୁଦ୍ଧ କରି ପ୍ରାଣ ହେଇଥିବା ଯୋଧାଙ୍କ ପରିବାର ବର୍ଗଙ୍କୁ ସମ୍ମାନିତ କରାଯିବ। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲିନି ସିଂ, ଏପିଓ ମନୋଜ ଭୋଇ, ଡବ୍ଲୁଇଓ ଐଶର୍ୟ ନାୟକ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆର୍ ଏସ, କନିଷ୍ଠ ଯନ୍ତ୍ରୀ, ବିଭିନ୍ନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ବିଡ଼ିଓ ସୁଶ୍ରୀ ନାଏକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ