Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିନ୍ଦୁ ସମାଜ ପକ୍ଷରୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

ଜମନକିରା: ଜମନକିରା ବ୍ଲକ ହିନ୍ଦୁ ସମାଜ ପକ୍ଷରୁ ଆଜି ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଛି। ବିଡ଼ିଓ ଜନ ଅଭିଯୋଗ ଶୁଣାଣି ପାଇଁ କୁଲୁଣ୍ଡି ଯାଇଥିବା ବେଳେ ଜିପିଓ ସତ୍ୟପ୍ରିୟ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ, ଗତ ୯ ତାରିଖ ଦିନ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଯାଇଥିବା ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ ପୋଲିସ ଏପର୍ଯ୍ୟନ୍ତ କୌଣସି ଠୋସ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିନାହିଁ। ଏହାର ପ୍ରତିବାଦ ସ୍ୱରୂପ ଆଜି ଜମନକିରା ବ୍ଲକ ହିନ୍ଦୁ ସମାଜ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂଯୋଜକ ଗୋଲେଖ ପ୍ରଧାନଙ୍କ ନେତୃତ୍ୱରେ ଅବନୀ ପ୍ରସାଦ ବେହେରା, ଅମୋଘ ବୈରିଗଞ୍ଜନ ପାଣିଗ୍ରାହୀ, ଡାକ୍ତର କାର୍ତିକେଶ୍ୱର ପଧାନ, ସ୍ବାମୀ ଶିବାନନ୍ଦ ଜି ମହାରାଜ, ରବୀନ୍ଦ୍ର ମଲ୍ଲିକ, ନନ୍ଦଲାଲ ସାହୁ, ସାଲେକରାମ ପଧାନ, ମଣ୍ଟୁ ବାବା, ମଳୟ ବେହେରା ପ୍ରମୁଖ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ