Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରାରେ ୭୮ ତମ ସ୍ବାଧିନତା ଦିବସ ପାଳିତ

ଜମନକିରା : ଆଜି ସାରା ଦେଶ ପାଳନ କରୁଛି ୭୮ ତମ ସ୍ବାଧିନତା ଦିବସ ଏଇ ଅବସର ରେ ଜମନକିରା ଡାକ୍ତରଖାନା ପଡିଆରେ ବିଡ଼ିଓ ସୁଶ୍ରୀ ରିନା ନାଏକଙ୍କ ଅଧ୍ୟକ୍ଷତାରେ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଶ୍ରିତା ଭୋଇ ଯୋଗ ଦେଇ ସ୍ବାଧିନତା ଦିବସ ଉପରେ ସଂଗ୍ରାମୀ ମାନଙ୍କ ଗୁଣଗାଥା ବର୍ଣ୍ଣନା କରିଥିଲେ। ଜମନକିରା ବ୍ଲକ ସ୍ତରୀୟ ଏହି ଦିବସରେ ମୋଟ ୧୯ଟି ସ୍କୁଲର ଛାତ୍ରୀ ଛାତ୍ର ଅଂଶ ଗ୍ରହଣ କରିଥିଲେ। ପୂର୍ବାହ୍ନ ସାଢେ଼ ୮ଟା ରେ ମୁଖ୍ୟଅତିଥିଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ହରେକୃଷ୍ଣ ବରିହା, ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପ୍ରଧାନ, ଆଇଆଇସି ପଦ୍ମାଳୟା ସାହୁ, ଷଣ୍ଢପଥର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ପତାକା ଉତ୍ତୋଳନ ପରେ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ମୁଖ୍ୟଅତିଥି ଅଭିବାଦନ ଜଣାଇଥିଲେ। ପ୍ୟାରେଡ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦେଶ ପାଇଁ ସହିଦ ହୋଇଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ବଂଶଧରଙ୍କୁ ସମ୍ମାନିତ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ସୁଶିଲ ସାହୁ କୃଷି କ୍ଷେତ୍ରରେ ଅଳ୍ପନା ନାୟକ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଇତିଶ୍ରୀ ନାୟକ ଶ୍ରେଷ୍ଠ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା। ଶେଷର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପରେ ଅତିଥିଗଣ ସେଲଫି ଅପଲୋଡ଼ କରିଥିଲେ। ମେଳା ପରିଦର୍ଶନ ପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏପିଓ ମନୋଜ ଭୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଡ଼ିଓ ସୁଶ୍ରୀ ନାଏକ କାର୍ଯ୍ୟକ୍ରମ କୁ ସାଙ୍ଗ କରିଥିଲେ। ଏଥିରେ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ