Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଏକ୍ସପ୍ରେସ ୱେରେ ବାଇକ୍ ଦୁର୍ଘଟଣାରେ ସ୍ଵାମୀ ଏବଂ ସ୍ତ୍ରୀ ଗୁରୁତର ।

କଳାହାଣ୍ଡି:୧୬/୦୮
କଳାହାଣ୍ଡି ଜିଲ୍ଲା, ବିଜୁ ଏକ୍ସପ୍ରେସ ୱେ ମିର୍ଜାପୁର ନିକଟରେ ଘଟିଛି ଏକ ବାଇକ୍ ଦୁର୍ଘଟଣା। ଏହି ବାଇକ୍ ଦୁର୍ଘଟଣାରେ ସ୍ଵାମୀ ଏବଂ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ କୋକସରା ବ୍ଲକ, ଡାଳଗୁମା ଗ୍ରାମର ପ୍ରମୋଦ ଚଣ୍ଡି (୩୮) ବାଇକ୍ OD08F4053 ରେ ସ୍ତ୍ରୀ ସହ ନିଜ ଶଶୁର ଘର ଧର୍ମଗଡ, ସୋସିଆକୁ ଯାଉଥିଲେ। ବିଜୁ ଏକ୍ସପ୍ରେସ ୱେ ମିର୍ଜାପୁର ନିକଟରେ ହାଇୱାକୁ ଓଭର ଟେକ କରୁଥିବା ବେଳେ ଭାରସାମ୍ୟ ହରାଇ ଦୁହେଁ ପଡ଼ି ଯାଇ ଗୁରୁତର ହୋଇଥିଲେ। ପରେ ଗୁରୁତର ଦୁଇ ସ୍ଵାମୀ ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବା ଜଣା ପଡିଛି।