Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ରିରଙ୍ଗା ଯାତ୍ରା ପଟ୍ଟାଙ୍ଗି ବ୍ଲକ ଜିଲ୍ଲାରେ ପ୍ରଥମ ସ୍ଥାନ ଗ୍ରହଣ କରି ଶିକ୍ଷା ମନ୍ତ୍ରୀ ଙ୍କ ଠାରୁ ହେଲେ ସମ୍ମାନିତ

ପଟ୍ଟାଙ୍ଗି୧୮/୦୮ସ୍ୱାଧିନତା ଦିବସ ପୁର୍ବରୁ ସାରା ଦେଶରେ ଆରମ୍ଭ ହୋଇଥିବା ତ୍ରିରଙ୍ଗା ଯାତ୍ରା ର କାର୍ଯ୍ୟକ୍ରମ ରେ ପଡୋଶୀ ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ରହିଥିବା ଓଡ଼ିଶାର ଏକ ବ୍ଲକ ଉକ୍ତ ଯାତ୍ରାରେ ସଫଳତା ହାସଲ କରି ଜିଲ୍ଲାରେ ପ୍ରଥମ ସ୍ଥାନ ଗ୍ରହଣ କରି ଜିଲ୍ଲା ତଥା ସମସ୍ତ ବ୍ଲକ ପାଇଁ ଗୌରବ ଆଣି ଶିକ୍ଷା ମନ୍ତ୍ରୀ ଏବଂ ଜିଲ୍ଲାପାଳ ଙ୍କ ଦ୍ୱାରା ସମ୍ମାନୀତ ହୋଇ ଉଧାହରଣ ସୃଷ୍ଟି କରିଛି । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପ୍ରଶାସନ କ୍ଷେତ୍ରରେ । ସୂଚନା ମୁତାବକ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ବ୍ଲକ ସଦର ମହକୁମା ରେ କାର୍ଯ୍ୟରତ ରହିଥିବା ସମସ୍ତ ସରକାରୀ କାର୍ଯ୍ୟାଳୟର ପଦାଧିକାରୀ , କର୍ମଚାରୀ ଙ୍କ ସହ ସମସ୍ତ ଶିକ୍ଷା ଅନୁଷ୍ଠାନ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ଙ୍କୁ ନେଇ ୧୩ ତାରିଖ ଅର୍ଥାତ ମଙ୍ଗଳବାର ତ୍ରିରଙ୍ଗା ଯାତ୍ରା ହୋଇଥିଲା । ସେହିପରି ପୁଣି ୧୪ ତାରିଖ ବୁଧବାର ତ୍ରିରଙ୍ଗା ପତାକା କୁ ନେଇ ମୋଟର ସାଇକେଲ ରାଲିକରି ବିଡ଼ିଓ ପଟ୍ଟନାୟକ ଙ୍କ ଦ୍ଵାରା ଲିଖିତ ବିଭିନ୍ନ ସନ୍ଦେଶ କୁ ସ୍ଲୋଗାନ ଦେଇ ବ୍ଲକ ପରିକ୍ରମା କରିଥିଲେ । ଅନ୍ୟପକ୍ଷରେ ବ୍ଲକର ସୀମାନ୍ତ କୋଟିଆ ପଞ୍ଚାୟତ ର ସମସ୍ତ ବିଦ୍ୟାଳୟ ମାନଙ୍କରେ ବ୍ଲକ କାର୍ଯ୍ୟାଳୟ ର କର୍ମଚାରୀ ଉକ୍ତ ପଞ୍ଚାୟତ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ସ୍ୱାଧିନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଓମାଳି ପର୍ବତ ଶିଖରରେ ପହଞ୍ଚି ପତାକା ଉତ୍ତୋଳନ କରି ଏକ
ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିବା ରୁ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ଙ୍କ ଡାକରା ପାଇଁ ପଟ୍ଟାଙ୍ଗି ବିଡ଼ିଓ ପଟ୍ଟନାୟକ ଜିଲ୍ଲାରେ ପହଞ୍ଚି ସ୍ୱାଧିନତା ଦିବସ ଅବସରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ହାତରୁ ସମ୍ମାନ ପତ୍ର
ସହ ଟ୍ରଫି ଗ୍ରହଣ କରି ସମ୍ମାନିତ ହୋଇଥିଲେ । ଏହି ସମୟରେ ମନ୍ତ୍ରୀ ପଟ୍ଟାଙ୍ଗି ବିଡ଼ିଓ ପଟ୍ଟନାୟକ ଙ୍କ କାର୍ଯ୍ୟ ଓ ପଦକ୍ଷେପ କୁ ସମ୍ମାନ ଜଣାଇ ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକ ଏହିପରି କରିବା ଆବଶ୍ୟକ ବୋଲି କହିବା ସହ ପଟ୍ଟାଙ୍ଗି ବ୍ଲକ ପ୍ରଥମ ସ୍ଥାନ ଗ୍ରହଣ କରି ସମ୍ମାନିତ ହୋଇଛନ୍ତି ବୋଲି ଘୋଷଣା କରିଥିଲେ । ଯାହାକୁ ନେଇ ଶନିବାର ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ଏକ ବୈଠକ ଆୟୋଜନ କରି ବ୍ଲକର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଜନସାଧାରଣ ଙ୍କ ସହଯୋଗ ରେ ବ୍ଲକ ପ୍ରଥମ ସ୍ଥାନରେ ଜିଲ୍ଲା ସ୍ତରରେ ସମ୍ମାନିତ ହୋଇଥିବା ରୁ ଏହା ତୁମ ମାନଙ୍କ ଗର୍ବ ବୋଲି ବିଡ଼ିଓ ପଟ୍ଟନାୟକ ଉପସ୍ଥିତ ସମସ୍ତ କର୍ମଚାରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ।