Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାତିଲ ହେଲା ଓଏସ୍‌ଏସ୍‌ସି ପ୍ରିଲିମ ପରୀକ୍ଷା

ଭୁବନେଶ୍ୱର: ପରୀକ୍ଷା ପ୍ରଶ୍ନପତ୍ରରେ ବିଭ୍ରାଟ ଯୋଗୁ ପ୍ରିଲିମ ପରୀକ୍ଷା ବାତିଲ୍ କଲା ଓଏସ୍‌ଏସ୍‌ସି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍ । ମୁଦ୍ରଣଜନିତ ତ୍ରୁଟି ପାଇଁ ପ୍ରଶ୍ନପତ୍ରରେ ତ୍ରୁଟି ହୋଇଥିଲା। ଏହି ତ୍ରୁଟି ଯୋଗୁ ପରୀକ୍ଷା ଦେଇପାରିଲେନି ପିଲା। ମାତୃଭାଷା‌ରେ ପ୍ରଶ୍ନ ଆସିଥିଲେ ବି ବୁଝିପାରିନଥିଲେ ପରୀକ୍ଷାର୍ଥୀ। ତେବେ ଖୁବ୍‌ ଶୀଘ୍ର ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷା ବାତିଲ୍ ନେଇ ଦୁଃଖ ପ୍ରକାଶ କଲା ଓଏସ୍‌ଏସ୍‌ସି।

ପ୍ରଶ୍ନପତ୍ର ତ୍ରୁଟି ପାଇଁ ପରୀକ୍ଷା ଦେଇପାରିନଥିବା ଯୋଗୁ ପରୀକ୍ଷାର୍ଥୀ ଧୌର୍ଯ୍ୟହରା ହୋଇପଡ଼ିଥିଲେ। ପରୀକ୍ଷା ବାତିଲ କରି ପୁଣିଥରେ କରିବା ପାଇଁ ସେମାନେ ଅନୁରୋଧ କରିଥିଲେ । ଏହାକୁ ବିଚାର କରି ଆଜି ଓଡିସା ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷା ବାତିଲ କରିଛି । ଏବଂ ପରବର୍ତ୍ତୀ ପରୀକ୍ଷା ପାଇଁ ଖୁବଶୀଘ୍ର ନୂଆ ତାରିଖ ଘୋଷଣା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।