Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଳିକା ଉଛ ବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ନିର୍ଧୁମ ମାଡ଼ ମାରିଲେ ଶିକ୍ଷକ, ଅଭିବାବକ ମହଲରେ ଅସନ୍ତୋଷ

ବେଲଗୁଣ୍ଠା, 23/08,ବ୍ଳକ୍ ଅନ୍ତର୍ଗତ ଗୋବରା ପଂଚାୟତର ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ଗୌଡ଼ଙ୍କ ମାଡ଼ରେ ନବମ ଶ୍ରେଣୀର ବହୁ ଛାତ୍ରୀ ଲହୁଲୁହାଣ ହୋଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ ମାନଙ୍କର ଅଭିଭାବକ ନନ୍ଦ ସାହୁ, ତପନ ସାହୁ ଏବଂ ପ୍ରକାଶ ସାହୁ I ଅଭିଭାବକଙ୍କ ଅଭିଯୋଗ ପ୍ରକାରେ ଶିକ୍ଷକ ଜଣଙ୍କ ଛାତ୍ରୀ ମାନଙ୍କୁ କିଛି ଖାତା ଶନିବାର ଦିନ ଆଣିବାକୁ କହିଥିଲେ ମଧ୍ୟ ଗୁରୁବାର ଦିନ ଛାତ୍ରୀ ମାନଙ୍କର ଖାତା ଯାଞ୍ଚ୍ କରିଥିଲେ I କିନ୍ତୁ ଛାତ୍ରୀ ମାନଙ୍କୁ ଶନିବାର ଦିନ ଖାତା ଆଣିବାକୁ କୁହାଯାଇଥିବାରୁ ଶ୍ରେଣୀର ତିନିଟି ପିଲାଙ୍କୁ ଛାଡିଦେଲେ ଆଉ 36 ଜଣ ଛାତ୍ରୀ ଖାତା ଆଣି ନଥିବାରୁ ଶିକ୍ଷକ ଜଣଙ୍କ ରାଗିଯାଇ ସମସ୍ତ 36 ଜଣ ଛାତ୍ରୀଙ୍କୁ ନିର୍ଧୂମ ପିଟି ଥିଲେ I ଫଳରେ ବହୁ ଛାତ୍ରୀଙ୍କ ହାତ ଫାଟି ରକ୍ତ ବୋହିଥିଲା I ପରେ ବିଦ୍ୟାଳୟର କିଛି ଶିକ୍ଷକ କର୍ମଚାରୀ ଛାତ୍ରୀ ମାନଙ୍କ ମାଡ଼ ହୋଇଥିବା ସ୍ଥାନରେ ଔଷଧ ଲଗାଇଥିଲେ I
ତେବେ ବିଦ୍ୟାଳୟରେ ମାଡ଼ ହୋଇଥିବା ନେଇ ଘର ଲୋକଂକୁ କହିଲେ ସେମାନଙ୍କୁ ଟିସି ଦେଇ ବିଦ୍ୟାଳୟରୁ ବାହାର କରିଦେବାକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଣଙ୍କ ଆହତ ଛାତ୍ରୀ ମାନଙ୍କୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ ମାନେ I ତେବେ ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଥିବା ବେଳେ ଛାତ୍ରୀ ମାନଙ୍କୁ ମା଼ଡ଼ ମାରିବା ପାଇଁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ କିଏ ଅଧିକାର ଦେଲା ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି I ସେହିପରି ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ ମଧ୍ୟ ଜଣେ କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ପ୍ରଧାନ ଶିକ୍ଷକ ଜଣକ ଛୁଟିରେ ଚାଲିଯିବା ଅଭିଭାବକ ମାନଙ୍କୁ ବିସ୍ମିତ କରିଛି Iଏନେଇ ଆଜି ଅଭିଭାବକ ମାନେ ବିଦ୍ୟାଳୟକୁ ଆସିଥିଲେ ମଧ୍ୟ ଶିକ୍ଷକ ରବିନାରାୟଣ ଗୌଡ଼ ଆଜି ଛୁଟିରେ ଥିବାରୁ ଅଭିଭାବକ ମାନେ ତାଙ୍କ ସହ ସାକ୍ଷାତ କରି ପାରି ନାହାଁନ୍ତି I ଏନେଇ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ ଶିକ୍ଷକଙ୍କ ସହିତ ଯୋଗାଯୋଗ କରିବାରୁ ସେ ଆଜି ଛୁଟିରେ ଥିବାରୁ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ I ସେହିପରି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଣଙ୍କ ବହୁତ ଭଲ ବୋଲି ସଫେଇ ଦେବା ସହିତ ଛାତ୍ରୀଙ୍କୁ ମାଡ଼ ହୋଇଥିବା କଥା ସେ କିଛି ଜାଣି ନଥିବା କହିଛନ୍ତି I ଘଟଣା ସମ୍ପର୍କରେ ସେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହେରା I