Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲେଟ୍ରିନ ଟାଙ୍କିର ସେଣ୍ଟ୍ରିଂ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଫାଶୀମାଳ ପଞ୍ଚାୟତ ଅନ୍ତର୍ଗତ ପୁକୁଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ପୁକୁଡ଼ା ଗ୍ରାମ ନିବାସୀ ବସନ୍ତ ଦେହୁରୀଙ୍କ ଘରେ ନିର୍ମିତ ଏକ ନୂତନ ଲେଟ୍ରିନ୍ ଟାଙ୍କିର ସେଣ୍ଟରିଂ ଖୋଲିବା ସମୟରେ ଜଣେ ପରେ ଜଣେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି। ଆଉ ଜଣେ ଗୁରୁତର ଅବସ୍ଥାରେ ସମ୍ବଲପୁର ବଡ ଡାକ୍ତରଖାନା କୁ ପଠେଇଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ମୃତକଙ୍କ ମଧ୍ୟରେ ନିଜେ ଘର ମାଲିକ ବସନ୍ତ ଦେହୁରୀ ଥିବା ବେଳେ ଅନ୍ୟମାନେ ହେଲେ ସେହି ଗାଁର ଭରତ ରଣା, ଦେହୁରୁଣିମାଲ ଗ୍ରାମର ଶ୍ରୀକାନ୍ତ ମୁଣ୍ଡା ଏବଂ ଭରତ ମୁଣ୍ଡା ବୋଲି ଜଣାପଡିଛି। ତେବେ ସିଦ୍ଧାନ୍ତ ମୁଣ୍ଡା ଗୁରୁତ୍ତର ଥିବାରୁ ତାକୁ ସମ୍ବଲପୁର ଡାକ୍ତରଖାନା କୁ ପଠେଇ ଦିଆଯାଇଛି। ପୋଲିସ ଏନେଇ ଜମନକିରା ଥାନାରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା କୁ ପଠେଇ ଅଧିକ ତଦନ୍ତ କରୁଛି।
ପୋଲିସ ର ସୂଚନା ମୁତାବକ, ପୂକୁଡ଼ା ଗାଁର ବସନ୍ତ ୨/୩ ମାସ ପୂର୍ବରୁ ଘରେ ଏକ ନୂତନ ପାଇଖାନା ଟାଙ୍କି ଉପରେ ସେଣ୍ଟ୍ରୀଙ୍ଗ କରି ଛାତ ପକାଇଥିଲେ। ଆଜି ଟାଙ୍କୀ ଛାତ ଖୋଲିବା ପାଇଁ ପ୍ରଥମେ ଭରତ ପରେ ଶ୍ରୀକାନ୍ତ ଭିତରକୁ ପଶିଥିଲେ। ପରେ କିଛି ସୋର ଶବ୍ଦ ନହେବାରୁ ନିଜେ ମାଲିକ ବସନ୍ତ ଓ ସିଦ୍ଧାନ୍ତ ପଶିଥିଲେ। ହେଲେ ଭିତରେ ସମସ୍ତେ ଚେତାଶୁନ୍ୟ ହୋଇଯିବାରୁ ଗ୍ରାମବାସୀ ଲେଟ୍ରିନ ଛାତ ଭାଙ୍ଗି ଚାରି ଜଣଙ୍କୁ ଉଦ୍ଧାର କରି ଫାଶୀମାଲ ଡାକ୍ତଖାନା କୁ ଆଣିଥିଲେ। ଡାକ୍ତର
ବସନ୍ତ, ଶ୍ରୀକାନ୍ତ ଏବଂ ଭରତ କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ସିଦ୍ଧାନ୍ତ ଗୁରୁତର ଥିବାରୁ ତାଙ୍କୁ ସମ୍ବଲପୁର ସ୍ଥାନାନ୍ତରିତ କରାଯାଇଛି। ଜମନକିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ରୁ ଲେଟ୍ରିନ ଟାଙ୍କି ତିନି ଚାରି ମାସ ସମ୍ପୂର୍ଣ ବନ୍ଦ ଥିବାରୁ ଭିତରେ ବିଷାକ୍ତ ଗ୍ୟାସ ଥିବା ଯୋଗୁଁ ୩ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ