Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଣ୍ଡିତ ଗୁଣ ସାଗର ପଣ୍ଡାଙ୍କ ସ୍ମୁତିରେ ରକ୍ତ ଦାନ ଶିବିର

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବମରାଜ ଗ୍ରାମର ଜ୍ୟୋତିର୍ବିଦ ପଣ୍ଡିତ ସ୍ଵର୍ଗତ ଗୁଣ ସାଗର ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଏକ ରକ୍ତ ଦାନ ଶିବିର ଆୟୋଜନ, ସାମୂହିକ ଗୀତା ପାଠ, ବିଷ୍ଣୁ ସହସ୍ର ନାମ ପାଠ ସମେତ ସାଧୁ ସେବା ବ୍ରାହ୍ମଣ ସେବା କରାଯାଇଥିଲା। ଆଜିର ରକ୍ତଦାନ କାର୍ଯ୍ୟକ୍ରମ ରେ ସ୍ଵର୍ଗତ ପଣ୍ଡା ଙ୍କ ଚାରି ପୁତ୍ର ଓ ଆତ୍ମୀୟ ସ୍ୱଜନ ସମେତ ସମୁଦାୟ ୨୦ ଜଣ ରକ୍ତ ଦାତା ରକ୍ତ ଦାନ କରି ସ୍ୱର୍ଗୀୟ ପଣ୍ଡାଙ୍କୁ ରକ୍ତ ଦାନ ବା ମହତ କାର୍ଯ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏବଂ ପ୍ରତି କାର୍ଯକ୍ରମରେ ରକ୍ତ ଦାନ ପରି ମହତ୍ ଦାନ କରି ଏ ପରିବାର ତଥା ଜିଲ୍ଲାର ବିଶିଷ୍ଟ ସମାଜ ସେବୀ ମନୋଜ୍ ପଣ୍ଡା ସମାଜକୁ ଏକ ସଚେତନ ବାର୍ତ୍ତା ପହଞ୍ଚାଇଛନ୍ତି। ପ୍ରକାଶ ଥାଉ କି ଯେ ଜିଲ୍ଲାରେ ତଥା ରାଜ୍ୟରେ ଦିନିକିଆ ଶିବିର ରେ ସର୍ବାଧିକ ୬୦୧ ୟୁନିଟ୍ ରକ୍ତ ସଂଗ୍ରହ ରେ ସୁବର୍ଣ୍ଣପୁର ଜିଲ୍ଲାର ରେକର୍ଡ ସୃଷ୍ଟି ରେ ମନୋଜ୍ ପଣ୍ଡା ଙ୍କ ସଂଯୋଜନା ତାଙ୍କ ପୋଲିସ ଟିମ, ସ୍ବେଛାସେବୀ ଟିମ୍ ର ଉଲ୍ଲେଖନୀୟ ଅବଦାନ ରହିଥିବା ଜଣାଯାଏ। ଲୋକନାଥ ପୁରୋହିତ ଙ୍କ ଦ୍ଵାରା ଗୀତା ପାଠ ଓ ଶ୍ରୀ ବିଷ୍ଣୁ ସହସ୍ର ନାମ ସାମୁହିକ ପାଠ କରାଯାଇ ଥିଲା । ପଣ୍ଡା ପରିବାର ଶୋକ ରେ ଥାଇ ସୁଦ୍ଧା ସମାଜ ସକାଶେ ରକ୍ତଦାନ ସଚେତନତା ଓଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଥିବାରୁ ଓ ଏକ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥିବାରୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି ।