Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରସାମ୍ୟ ହରାଇ ଓଲଟିଲା ଅଟୋ …..ଜଣେ ମୃତ ,୫ ଗୁରୁତ୍ବର ଆହତ….

ଲକ୍ଷ୍ମୀପୁର ୨୪/୦୪-…..କୋରାପୁଟ-ରାୟଗଡା କୁ ସଂଯୋଗ କରୁଥିବା ୩୨୬ ନମ୍ବର ମୁଖ୍ୟ ରାସ୍ତା ର ତୁନପାର ଛକ ରେ ଭାରସାମ୍ୟ ହରାଇ ଏକ ପାସେଞ୍ଜର ଅଟୋ ଓଲଟି ପଡିବାରୁ ଘଟଣା ସ୍ଥଳରେ ଆଟୋ ତଳେ ଚାପି ହୋଇ ଜଣଙ୍କର ମୃତ ହୋଇଥିବା ବେଳେ ୫ ଜଣ ଗୁରୁତ୍ବର ଆହତ ହୋଇଛନ୍ତି। ସୋମବାର କାକିରିଗୁମା ସାପ୍ତାହିକ ହାଟ ,ଏହି ହାଟ କୁ କାକିରିଗୁମା ସମେତ ଆଖପାଖ ଅଞ୍ଚଳର ଲୋକ ମାନେ ହାଟକୁ ସଉଦା କରିବା ସକାଶେ ଅଞ୍ଚଳର ଲୋକେ ଆସିଥାନ୍ତି ।ପ୍ରତ୍ୟକ ସପ୍ତାହ ପରି ଆଜି ଅପରାହ୍ନ ରେ କାକିରିଗୁମା ରୁ ଓଡୋ ୧୦ ଏଫ୍ ୮୩୫୫ ନମ୍ବର ର ଏକ ଅଟୋ ୧୭ ଜଣ ଯାତ୍ରୀ କୁ ନେଇ ତୁନପାର ଅଭିମୁଖେ ଯାଉଥିଲା ।ତୁନପାର ଛକ ନିକଟ ବୁଲାଣି କାଟିବା ସମୟରେ ଡ୍ରାଇଭର ଅଟୋ ଉପରୁ ନିୟନ୍ତ୍ରଣ ହରାଇଥିଲା ଓ ଅଟୋଟି ରାସ୍ତା କଡରେ ଓଲଟି ପଡିଥିଲା ।ଓଲଟି ପଡିବା ପରେ ଅଟୋରେ ଥିବା ଯାତ୍ରୀ ଅଟୋ ତଳେ ଚାପି ହୋଇଥିଲେ । ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ଅଟୋ ଭିତରୁ ଲୋକ ମାନକୁ ବାହାର କରିବା ସହ ଆହତ ବ୍ୟକ୍ତି ଙ୍କୁ କାକିରିଗୁମା ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ ।ଘଟଣା ସ୍ଥଳରେ ତୁନପାର ପଞ୍ଚାୟତ ତରିଗୁଡାଗ୍ରାମର ନାମ ଯାନୀ (୭୫) ପଡି ଯାଇ ଥିଲେ ତାଙ୍କ ମୁଣ୍ଡରେ ପ୍ରବଳ ମାଡ଼ ଯୋଗୁ ରକ୍ତସ୍ରାବ ହେବା ସହ ସେଠାରେ ହିଁ ମୃତ୍ୟୁ ବରଣ କରିଥିଲେ ।ଖବର ପାଇ କାକିରିଗୁମା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଓ ଶବ ଜବତ କରିବା ସହ ଗୁରୁତର ଆହତ ବ୍ୟକ୍ତି ଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିବା ଥାନା ଅଧିକାରୀ ଦାମୋଦର ବିହାରୀ ସୂଚନା ଦେଇଛନ୍ତି ।ମୃତ ବ୍ୟକ୍ତି ଙ୍କ ପରିବାର କୁ ଅଟୋ ମାଲିକ କୁଆଡେ ୮୦ ହଜାର କ୍ଷତି ପୂରଣ ଦେବା ପରେ ଶଵ ବ୍ୟବଚ୍ଚେଦ ସକାଶେ ଶବ ପ୍ରଦାନ କରିଥିଲେ। ଅଟୋ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି ।