Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖୋଜ ବ୍ୟକ୍ତିଙ୍କ ଶବ ନାଳ ରୁ ଉଦ୍ଧାର କଲା ଅଗ୍ନିଶ୍ରମ ବିଭାଗ

ଜମନକିରା : ଜମନକିରା ବ୍ଲକ କୁଚିଣ୍ଡା ଥାନା ବନ୍ଧପାଲି ଗାଁର ଭବାନୀ ଶଙ୍କର ମହାନନ୍ଦ (୬୮) ଗତ ୨୭ ତାରିଖରୁ ଜମନକିରା ଥାନା ଗୁଲୁଜିପାଲି ଗାଁକୁ ଏକ ଶ୍ରାଦ୍ଧ ଘରକୁ ଯାଇ ଆଉ ଫେରି ନଥିଲେ। ଘର ଲୋକ ଖୋଜା ଖୋଜି କରି ପାଇନଥିଲେ। ପରେ ଥାନାରେ ନିଖୋଜ ହୋଇ ଯାଇଥିବା ନେଇ ଅଭିଯୋଗ କରିଥିଲେ। ତେବେ ଆଜି ସ୍ଥାନୀୟ ଲୋକେ ଗୁଲୁଜିପାଳି ଗାଡ଼ି ଘାଟ ନିକଟରେ ଏକ ଶବ ଭାସୁଥିବା ଦେଖି ଜମନକିରା ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ। ଅଗ୍ନିଶମ ବିଭାଗ ଅଧିକାରୀ ପହଞ୍ଚି ଶବ ଉଦ୍ଧାର କରିଥିଲେ। ଶବ ଚିହ୍ନଟ ପରେ ତାହା ଭବାନୀ ଶଙ୍କର ର ବୋଲି ଜଣାପଡିଥିଲା। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଛି।
ପୋଲିସର ସୂଚନା ଅନୁଯାୟୀ, ଗତ ୨୭ ତାରିଖ ଦିନ ଭବାନୀ ତାର ଶଶୁର ଘର ଗୁଲୁଜୀପାଲି କୁ ଏକ ଶ୍ରାଦ୍ଧ ଘର ପାଇଁ ନିଜ ସାଇକେଲ ରେ ଯାଇଥିଲେ। ଶ୍ରାଦ୍ଧ କାର୍ଯ୍ୟ ସାରି ଫେରିବା ବେଳେ ଗଡ଼ିଘାଟ ନାଳଦେଇଁ ଯିବା ବେଳେ ସେ ପାଣିରେ ଭାସି ଯାଇ ମୃତ୍ୟୁ ବରଣ କରିଥିବା ନେଇ ତଦନ୍ତ ଅଧିକାରୀ ସନ୍ତୋଷ ସ୍ୱାଇଁ ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପ୍ରକାଶ କରିଛନ୍ତି। ଆଜି କୁଚିଣ୍ଡାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ