Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସୋଲାର ଇନଭର୍ଟର୍ ଖରାପ ଯୋଗୁଁ ଜମନକିରା ଡାକ୍ତରଖାନାରେ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍, ରୋଗୀଙ୍କ ଅବସ୍ଥା ବେହାଲ୍

ଜମନକିରା : ଜମନକିରା ସଦର ମହକୁମାରେ ଥିବା ଡାକ୍ତରଖାନାରେ ଏବେ ସୋଲାର ଇନଭୋର୍ଟର୍ ଖରାପ ହୋଇ ଯାଇଥିବା ବେଳେ ବିଦ୍ୟୁତ୍ ଚାଲିଗଲେ ରୋଗୀଙ୍କୁ ସେବା ଦେବା ବହୁ କଷ୍ଟ ହୋଇ ପଡ଼ିଛି। ବିଦ୍ୟୁତ ଦ୍ଵାରା ଚଳିତ ସମସ୍ତ ସାମଗ୍ରୀ ଅଚଳ ହୋଇ ଯାଉଛି। ରାତିରେ କୌଣସି ଗୁରୁତ୍ତର୍ ପୀଡ଼ିତ ରୋଗୀ ଆସିଲେ, ଚିକିତ୍ସା କରିବା ଅତି କଷ୍ଟକର ହୋଇ ପଡୁଛି। ଗତକାଲି ଏଭଳି ସମସ୍ୟା ଘଟିଛି ଏହି ଡାକ୍ତରଖାନାରେ। ଜମନକିରା ବ୍ଲକ ଟିକିଲିପଡା ପଞ୍ଚାୟତର ଜଣେ ରୋଗୀ ରାତିରେ ଗୁତୁତ୍ତର ହୋଇ ଆସିଥିଲେ। ସେହି ସମୟରେ ବିଦ୍ୟୁତ ସରବରାହ ବନ୍ଦ ଥିଲା। ଆଉ ସୋଲାର ଦ୍ଵାରା ଚାଲିତ ଇନଭୋର୍ଟର ଗତ କିଛି ଦିନ ହେଲା ଖରାପ ହୋଇ ପଡ଼ିଛି। ଯଦ୍ୱାରା ଇନ୍ଭୋର୍ଟର ଚାଲି ନଥିଲା। ଇନଭୋଟର ନଚଳିବାରୁ ବହୁ କଷ୍ଟରେ ଡାକ୍ତର ଏବଂ କର୍ମଚାରୀ ଆପ୍ରାଣ ଚେଷ୍ଟା କରି ରୋଗୀ କୁ ଭଲ କରିଥିଲେ। ଏସମସ୍ୟା ସମ୍ପର୍କରେ ସୋଲାର ଦାୟିତ୍ୱରେ ଥିବା ଅଧିକାରୀ ଙ୍କୁ ଜମନକିରା ଡାକ୍ତରଖାନା କର୍ତ୍ତୃପକ୍ଷ ଜଣେଇ ଥିବା ସତ୍ତ୍ବେ ପ୍ରତିକାର କରା ଯାଉନାହିଁ। ଯାହାକି ରୋଗୀ ସେବା ବ୍ୟାହତ ହେଉଛି। ଏହାର ସ୍ଥାୟୀ ସମାଧାନ ଶୀଘ୍ର ନକଲେ ରୋଗୀ ସେବା ବ୍ୟାହତ ହେବା ବୋଲି ବୁଦ୍ଧିଜୀବୀ ମାନେ ଆଶଙ୍କା ପ୍ରକଟ କରୁଛନ୍ତି। ଖୁବ ଶୀଘ୍ର ପ୍ରତିକାର ପାଇଁ ଦାବି ହେଉଛି।
ଏସଂକ୍ରାନ୍ତରେ ଫାଶିମାଲ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭରାପ୍ରାପ୍ର ଅଧିକାରୀ ଡ଼ା: ଶରତ ଚନ୍ଦ୍ର ଦେହୁରୀ ଙ୍କୁ ଯୋଗାଯୋଗ କରି ପଚାରିବାରୁ ଶୀଘ୍ର ଠିକ୍ କରିବା ପାଇଁ ବିଭାଗୀୟ ଜିଲ୍ଲା ଅଧିକାରୀଙ୍କୁ କହିଥିବା ପ୍ରକାଶ କରିଛନ୍ତି।