Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଥମିକ ଶିକ୍ଷକ ତରଫରୁ ଏବିଇଓ ଙ୍କୁ ଅବସରକାଳୀନ  ବିଦାୟ ସମ୍ବର୍ଦ୍ଧନା ପ୍ରଦାନ।

ଲକ୍ଷ୍ମୀପୁର.୩୧।୦୮ 
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ରେ କାର୍ଯ୍ୟରତ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ (ଏବିଇଓ ) ମାନସ କୁମାର୍ ମୁଖାର୍ଜୀ ଶନିବାର ନିଜ ଚାକିରି ଜିବନରୁ ଅବସର ଗ୍ରହଣ କରିଛନ୍ତି।ଏନେଇ ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଲକ୍ଷ୍ମୀପୁର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏବିଇଓ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ବ୍ଳକ ଶିକ୍ଷକ ସଙ୍ଘ ସଭାପତି ଦୟାନିଧି ଗରଡ଼ା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ  ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଚମେଲି ମଜୁମଦାର, ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ବିଭୂତି ଭୂଷଣ ଟାକିରୀ, ପ୍ରିୟମ୍ବଦା ପାତ୍ର, ରାଜ୍ୟ ଶିକ୍ଷକ ସଂଘ ଉପ ସଭାପତି ସୁରେନ୍ଦ୍ର କୁଲଦୀପ, ଜିଲ୍ଲା ଶିକ୍ଷକ ସଙ୍ଘ  ଉପନେତ୍ରୀ ବୈଜୟନ୍ତି ମାଳା ଖୋସଲା,ବ୍ଲକ୍ ଉପ ସଭାପତି ନିରଞ୍ଜନ ନାୟକ,ନୂତନ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜୟଦାନ ଖରା,ବ୍ଲକ୍ ଉପସଭାନେତ୍ରୀ ସୁକାନ୍ତି ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ।ଶ୍ରୀ ମୁଖାର୍ଜୀ ୩୮ ବର୍ଷ ର ସରକାରୀ ଚାକିରୀ ସମୟ ମଧ୍ୟରେ ୯୦ ପ୍ରତିଶତ ବର୍ଷ ଜୟପୁର ରେ ଅତିବାହିତ କରିଥିବା ବେଳେ ମାତ୍ର ୧୦ ପ୍ରତିଶତ ବର୍ଷ ଲକ୍ଷ୍ମୀପୁର ବ୍ଳକ ରେ ଅତିରିକ୍ତ ଶିକ୍ଷାଧିକାରୀ  ଭାବେ   ଶିକ୍ଷା ବିଭାଗ ରେ ଯେଉଁ କାର୍ଯ୍ୟ କରିଛନ୍ତି ସେଥିରେ  ଶିକ୍ଷକ ସଙ୍ଘ ତରଫରୁ  ଖୁସି ବ୍ୟକ୍ତ ହୋଇ ଯେଉଁ ଭଳି  ଉଚ୍ଚଷିତ ସମ୍ବର୍ଦ୍ଧନା   ପ୍ରଦାନ କରିଛନ୍ତି ସେଥିପାଇଁ ସେ ସର୍ବଦା ଋଣୀ ବୋଲି ଭାବ ବିହ୍ଵଳ ହୋଇ ଏବିଇଓ ତାଙ୍କ ଭାଷଣ ରେ ପ୍ରକାଶ କରିଛନ୍ତି।ବ୍ଲକରେ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ଅବସର ପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୁଖାର୍ଜୀଙ୍କ ଉଜ୍ବଳ  ଭବିଷ୍ୟତ କାମନା କରିଥିଲେ।କାର୍ଯ୍ୟକ୍ରମ ରେ ଏବିଇଓ ଙ୍କ ଧର୍ମପତ୍ନୀ ଯିଏ କି ଜୟପୁର ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଉଷାରାଣୀ ଦାଶ ଙ୍କ ସହ ତାଙ୍କ ଅନ୍ୟ ସମ୍ପର୍କୀୟ ମାନେ ମଧ୍ୟ ଯୋଗଦେଇ ପ୍ରାଥମିକ ଶିକ୍ଷକ ସଙ୍ଘ ର ଏପରି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟ ରେ ଏବିଇଇ ଶ୍ରୀ ମୁଖାର୍ଜୀ ଙ୍କୁ ସୁନା ର ମୁଦି ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ବ୍ଳକ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ ତ୍ରିନାଥ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବଡ ନେର୍କା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ।