Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ବ୍ଲକରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଛକ ନିକଟରେ ଥିବା ସାପ୍ତାହିକ ବଜାର ଠାରେ ଆଜି ଉଲୁଣ୍ଡା ବ୍ଲକର ଡ୍ରାଇଭର ମହାସଂଘ ପକ୍ଷରୁ ବହୁ ଆଡମ୍ବରରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ହୋଇଯାଇଛି। ଆଜି ଡ୍ରାଇଭର ଦିବସରେ ଉଲୁଣ୍ଡା ବ୍ଲକ ର ଶତାଧିକ ଡ୍ରାଇଭର ନିଜର ହକ ପାଇଁ ଏକତ୍ରିତ ହୋଇଥିଲେ। ପ୍ରତ୍ୟେକ ଦିନ କିଛିନା କିଛି ଦିବସ ରୂପେ ପାଳନ କରାଯାଉଥିବା ବେଳେ ସେପ୍ଟେମ୍ବର ୧ ତାରିଖ ଦିନକୁ ଡ୍ରାଇଭର ଦିବସ ରୂପେ ଘୋଷଣା କରିବାକୁ ଡ୍ରାଇଭର ମହାସଂଘ ନିଷ୍ପତି ନେଇଛନ୍ତି। ଆଜି ଏକତ୍ରିତ ଡ୍ରାଇଭର ମହାସଂଘ ଗୋଟିଏ ପଟେ ଡ୍ରାଇଭର ଦିବସ ପାଳନ କରିଥିବା ବେଳେ ଆଉ ଗୋଟେ ପଟେ ନିଜର ହକ ତଥା ସେମାନଙ୍କର ବିଭିନ୍ନ ପ୍ରସଙ୍ଗକୁ ନେଇ କି ସେମାନେ ଆଜିର ଦିନରେ ଡ୍ରାଇଭର ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏମଭିଆଇ ବିଶ୍ୱରଂଜନ ସାହୁ ଡ୍ରାଇଭର ମାନଙ୍କୁ ଗାଡି ଚଲେଇବା ସମସ୍ତ ନିୟମ ଉପସ୍ଥାପନା କରିଥିଲେ। ସମାଜସେବୀ କୁର୍ତ୍ତିବାସ ମିଶ୍ର ଡ୍ରାଇଭର ମାନଙ୍କୁ ମଦ୍ୟପାନ କରି ଗାଡି ନ ଚଲେଇବା ପାଇଁ ଉପଦେଶ ଦେଇଥିଲେ | ଉଲୁଣ୍ଡା ବ୍ଲକ ଡ୍ରାଇଭର ମହାସଙ୍ଗର ସଭାପତି ସୁରେଶ ସେଠି ଙ୍କ ନିର୍ଦେଶ କ୍ରମେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରି ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କରିଥିଲେ | ଏହି ବୃକ୍ଷ ରୋପଣ ରେ ସମ୍ପାଦକ ଅଚ୍ଯୁତାନନ୍ଦ ଚୌଧୁରୀ, ଉପସଭାପତି ବାବୁଲାଲ ପଧାନ, ସହ ସମ୍ପାଦକ ଜନ୍ମେଜୟ ପୁରୋହିତ, କାର୍ଯ୍ୟକାରୀ ସମ୍ପାଦକ ନରୋତ୍ତମ ଭୋଇ, କୋଷାଧକ୍ଷ ଚନ୍ଦ୍ର ଶେଖର ମେସୁଆ, ଉପସ୍ଥିତ ରହିବା ସହ ବ୍ଲକ ର ସମସ୍ତ ପଞ୍ଚାୟତ ର ଡ୍ରାଇଭର ସଂଘ ମିଶି ନିଜ ନିଜ ପଞ୍ଚାୟତ ରେ ବୃକ୍ଷ ରୋପଣ କରି ଏକ ନିଆରା ଢଙ୍ଗରେ ରାଷ୍ଟୀୟ ଡ୍ରାଇଭର ଦିବସ ପାଳନ କରିଥିଲେ | ଏଇଭଳି ସମାଜର ମଙ୍ଗଳ ପାଇଁ ପରିବେଶ ର ହିତ ପାଇଁ ଉଲୁଣ୍ଡା ଡ୍ରାଇଭର ମହାସଂଘ ଆଗେଇ ଥିବା ହେତୁ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି। ତା ସହିତ ଆଗକୁ ଆସୁଥିବା ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଜୁହାର ମଧ୍ୟ ଜଣେଇଛି ସଙ୍ଘ।