Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଙ୍ଗନବାଡି ଖାଦ୍ୟ ଓ ବିଭିନ୍ନ ସାମଗ୍ରୀ ପାଉନଥିବା ଅଭିଯୋଗ କଲେ କେନ୍ଦୁୱାଡା ଗ୍ରାମବାସୀ।ସୁପରଭାଇଜର କରୁନାହାନ୍ତି ସେଣ୍ଟର ପରିଭ୍ରମଣ

ଅଙ୍ଗନବାଡି ଖାଦ୍ୟ ଓ ବିଭିନ୍ନ ସାମଗ୍ରୀ ପାଉନଥିବା ଅଭିଯୋଗ କଲେ କେନ୍ଦୁୱାଡା ଗ୍ରାମବାସୀ।
ସୁପରଭାଇଜର କରୁନାହାନ୍ତି ସେଣ୍ଟର ପରିଭ୍ରମଣ।
ଲକ୍ଷ୍ମୀପୁର ୦୪/୦୯ …. ବ୍ୟବସ୍ଥା ର ପରିବର୍ତନ ନାହିଁ କି ଯାଞ୍ଚ ଅଧିକାରିଣୀ ମାନଙ୍କ ସେଣ୍ଟର ପରିଭ୍ରମଣର ଦେଖା ଦର୍ଶନ ନଥିବା କାରଣ ରୁ ଲକ୍ଷ୍ମୀପୁର ବ୍ଲକ ଶିଶୁ ବିକାଶ ଯୋଜନା ର ଅନେକ ଅଙ୍ଗନବାଡି କେନ୍ଦ୍ର ରେ ଅବ୍ୟବସ୍ଥା ସହ ଅଙ୍ଗନବାଡି କେନ୍ଦ୍ର ତରଫରୁ ଦିଆଯାଉଥିବା ସାମଗ୍ରୀ ଠିକ ଭାବେ ପାଉନଥିବା ଭଳି ଗୁରୁତ୍ୱର ଅଭିଯୋଗ ଆସିଛି।ଲକ୍ଷ୍ମୀପୁର ଶିଶୁଵିକାଶ ଯୋଜନା ର ଗୋଟିଏ କି ଦୁଇ ଟି କେନ୍ଦ୍ର ରେ ଏମିତି ଅବ୍ୟବସ୍ଥା ନୁହଁ ବରଂ ବ୍ଲକ ର ୧୮୪ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ରୁ  ଅଧିକାଂଶ ଅଙ୍ଗନବାଡି କେନ୍ଦ୍ର ମାନଙ୍କ ରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଗତ କାଲି ଓଡ଼ିଆ ପେଣ୍ଠ ଗ୍ରାମ ପଞ୍ଚାୟତ ର କେନ୍ଦୁୱାଡା ଅଙ୍ଗନବାଡି ସେଣ୍ଟର ରେ ଗଣମାଧ୍ୟମ ପ୍ରତିନିଧି ମାନେ ଦିନ ୧୦ ଟା ସମୟ ରେ ପହଂଚିବା ବେଳକୁ, ଅଙ୍ଗନବାଡି ଘର ଖୋଲା ରହିଥିଲା, କିନ୍ତୁ ପ୍ରି ସ୍କୁଲ ପିଲା ନଥିଲେ କି ଅଙ୍ଗନବାଡି ଦିଦି ଆଉ ପାଚିକା ମଧ୍ୟ ନଥିଲେ, ଗାଁ ର କିଛି ଯୁବକ ସେଣ୍ଟର ଭିତରେ ଇନଭରଟର ଥିବା କାରଣରୁ ମୋବାଇଲ ଚାର୍ଜ କରିବା ସକାଶେ ଭିଡ଼ ଜମାଇଥିଲେ, ଗାଁ ଭିତରେ ପଶି ଅଙ୍ଗନବାଡି ସମ୍ପର୍କ ରେ ପଚାରି ବୁଝିବାରୁ ଗାଁ ର ମହିଳା  ଓ ପୁରୁଷ ମାନେ ଯେତିକି ଅଙ୍ଗନବାଡି ସେଣ୍ଟର ଦିଦି ଙ୍କ ଉପରେ କହି ଚାଲିଲେ ତାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ, କିଛି ମହିଳା ୫ରୁ ୭ ମାସ ର ଛୋଟ ଛୋଟ ଛୁଆ କାଖରେ ଧରି ଗାଁ ରେ ବୁଲୁଥିବା ସମୟରେ କହିଲେ ସେମାନେ ଗର୍ଭ ବତୀ ଥିବା ସମୟରେ ଅଙ୍ଗନବାଡି କେନ୍ଦ୍ର ତରଫରୁ କିଛି ପାଉନଥିଲୁ କି ବର୍ତ୍ତମାନ ଛୁଆ ମାନଙ୍କୁ ମଧ୍ୟ କିଛି ଦେଉନାହାନ୍ତି, ଦିଦି ଙ୍କ ର ମନ ହେଲେ ସପ୍ତାହକୁ ଥରେ ଦୁଇ ଥର ଆସନ୍ତି, ପାଚିକା ସହ ଯୋଗାଯୋଗ କରି ଯେମିତି ସେମିତି ରୋଷେଇ ଖାଦ୍ୟ କେବେ କେମିତି ଦିଅନ୍ତି, ଅଣ୍ଡା ମାସକୁ ୧୨ ଟି ଲେଖାଏଁ ଦେବାର ନିୟମ ରହିଥିଲେ ମଧ୍ୟ ମାସକ ମଧ୍ୟ ରେ ୫ ରୁ ୭ ଦିନ ମଧ୍ୟ ଦିଅନ୍ତି ନାହିଁ। ବିଭାଗ ତରଫରୁ ଛତୁଆ, ମୁଢି,ଚଣା, ବାଦାମ ଲଡୁ , ଖଜୁରା,  ଖଜା ଏସବୁ ପ୍ରଦାନ କରାଯାଉଛି ବୋଲି କୁହାଯାଉଥିବା ବେଳେ ଆ ସାମଗ୍ରୀ ଗୁଡିକ କଣ ସେମାନେ ଜାଣି ନଥିବା କହିଛନ୍ତି। ଗାଁ ର ମହିଳା ଅସ୍ତିମା ମିନିୟାକା, ବନିତା ମାଣ୍ଡିଙ୍ଗା, ସାଇଜୟନ୍ତୀ ମାଣ୍ଡିଙ୍ଗା ଭଳି ଅନେକ ମହିଳା ଯେଉଁମାନଙ୍କ ର ଛୋଟ ଛୋଟ ଛୁଆ ଅଛନ୍ତି ସେମାନେ କହିଛନ୍ତି ପ୍ରସୁତି ମହିଳା ଓ ଛୁଆ ମାନଙ୍କ ସକାଶେ ଆସୁଥିବା ସାମଗ୍ରୀ କେବେବି ନିୟମିତ ପାଇ ନାହାଁନ୍ତି, ଅଙ୍ଗନବାଡି ଦିଦି ଙ୍କୁ ମାଗିଲେ ଏ ମାସର ଆସିନି, ଆସନ୍ତା ମାସକୁ ଆସିଲେ ଦେଇଦେବି, ଏମିତି ହିଁ ଭୁଆଁ ବୁଲା କଥା କହିବା ପ୍ରକାଶ କରନ୍ତି, ଯଦି କେହି ତାଗିଦ କରନ୍ତି ତାହେଲେ ଦିଦିଙ୍କ ଆକ୍ରୋଶ ର ଶିକାର ହେବାକୁ ପଡେ ବୋଲି ପ୍ରକାଶ କରିଛନ୍ତି।ଗାଁ ର ଜୟରାମ ମିନିୟାକା ଙ୍କ ଭଳି ଅନେକ ଯୁବକ ମଧ୍ୟ ଦିଦିଙ୍କ ବିରୋଧ ରେ କହିବା ସହ ତାଙ୍କ ଗାଁ ରେ ଥିବା ସମସ୍ୟା ଉପରେ ପ୍ରକାଶ କରିଛନ୍ତି, ଅଙ୍ଗନବାଡି ର ଭଲ ମନ୍ଦ ବୁଝିବା ପାଇଁ ଉପରିସ୍ଥ ଅଧିକାରୀ କେବେ ଆସୁନଥିବା କାରଣ ରୁ ଏପରି ଅବସ୍ଥା ଓ ସେ ଦିଦିଙ୍କୁ କହିଲେ ମଧ୍ୟ ପାରିହେବନି ବୋଲି ରୋକ ଠୋକ କହିବା ସହ ଚଳିତ ବର୍ଷ ର ପ୍ରି ସ୍କୁଲ ଡ୍ରେସ ନିମ୍ନ ମାନର ଦେବା ସହ ସାଇଜ ମଧ୍ୟ ଠିକଠାକ ର ଦେଇ ନଥିବା ପ୍ରକାଶ କରିଛନ୍ତି । ଗଣମାଧ୍ୟମ ପ୍ରତିନିଧି ଗାଁ ରେ ଆଲୋଚନା ସମୟରେ ଗ୍ରାମବାସୀ ପାଚିକା ଙ୍କୁ ଡାକି ଆଣିଥିଲେ, ପାଚିକା କହିଥିଲେ ଦିଦି ଆଜି ପଂଚାୟତ ରେ ଅଭିଯୋଗ ଶୁଣାଣି ଥିବାରୁ ଆସିନାହାନ୍ତି, ଆଉ ତାଙ୍କୁ ଜ୍ୱର ହେବାରୁ ଅଙ୍ଗନବାଡି ସେଣ୍ଟର ରେ ଆଜି ହିଁ ରାନ୍ଧିବାକୁ ଯାଇନଥିବା କହି ଥିଲେ,ଏ କଥାକୁ କିନ୍ତୁ ଗ୍ରାମବାସୀ ପାଚିକା ଙ୍କୁ ବିରୋଧ କରିଥିଲେ। ଏପରି ସ୍ଥିତି ରେ ବିଶେଷ ସୂତ୍ର ରୁ ଖବର ପାଇ ତରବରିଆ ଭାବେ ଅଙ୍ଗନବାଡି ଦିଦି ଗାଁ ରେ ପହଞ୍ଚି ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ସବୁ ଅଙ୍ଗନବାଡି ଗଲେ ହେବ ମୋ ସେଣ୍ଟର କୁ ହିଁ ଆସିବାର ଅଛିକି ବୋଲି ତାଗିଦ କରିଥିଲେ। ଗାଁ ର ସମସ୍ତ ଘଟଣା ର ଭିଡିଓ ଉତ୍ତଳୋନ ଓ ଗ୍ରାମବାସୀ ଙ୍କ ବୟାନ ସିଡିପିଓ ପାର୍ବତୀ ଆଚାର୍ଯ୍ୟ ଙ୍କୁ   ଗଣମାଧ୍ୟମ ପ୍ରତିନିଧି ଙ୍କ ଦ୍ୱାରା ଦେଖାଇବା ପରେ ତଦନ୍ତ କରିବି ବୋଲି ପ୍ରକାଶ କରିଛନ୍ତି।  କିଛି ଅଙ୍ଗନବାଡି ରେ ଏପରି ଅବ୍ୟବସ୍ଥା ସୁପରଭାଇଜର  ମାନଙ୍କ ସେଣ୍ଟର ପରିଦର୍ଶନ କୁ ମଧ୍ୟ ବର୍ତ୍ତମାନ ଅଙ୍ଗୁଳି ନିର୍ଦେଶ କରୁଛି।ଗୋଟିଏ ପଟେ ସିଡିପିଓ ମହାଶୟା ଅଙ୍ଗନବାଡି ସେଣ୍ଟର ର କର୍ମୀ ମାନଙ୍କ ଦ୍ୱାରା ପୃଷ୍ଟି କର ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ବିଭିନ୍ନ କାର୍ଯ୍ୟକ୍ରମ ରେ ସଫେଇ ଦେବା ସହ ବିଭିନ୍ନ ଖାଦ୍ୟ ଶସ୍ୟ ମଧ୍ୟ କାର୍ଯ୍ୟକ୍ରମ ରେ ପ୍ରଦର୍ଶନୀ କରାଯାଉଥିବା ବେଳେ ବାସ୍ତବ ରେ ଯେ ଓଲଟା ପ୍ରତିବିମ୍ବ ହେଉଛି ତାହା ସିଡିପିଓ କେମିତି ଜାଣୁନାହାନ୍ତି ବୋଲି ଆଲୋଚନା ଜୋର ଧରିଛି।ବାସ୍ତବ ରେ କେବଳ ଏମିତି ଗୋଟିଏ ଅଙ୍ଗନବାଡି ସେଣ୍ଟର ରେ ନୁହେଁ ବରଂ ବ୍ଳକ ଅନ୍ୟ କିଛି  କିଛି ସେଣ୍ଟର ମାନଙ୍କ ରେ ମଧ୍ୟ ଏମିତି ଅବ୍ୟବସ୍ଥା ସହ ଠିକ ସମୟରେ ଖୋଲା ଯାଉନଥିବା, ଓ ସରକାର ଙ୍କ ଦ୍ୱାରା ପ୍ରଦାନ କରାଯାଉ ଥିବା ସାମଗ୍ରୀ ପାଉନଥିବା ଅଭିଯୋଗ ହୋଇଛି। ବର୍ତମାନ କଉ ସ୍ଥିତି ରେ କିଏ ତଦନ୍ତ କରିବ ଓ ଠିକ ଭାବେ କିପରି ପରିଚାଳନା ହଉନଥିବା ସେଣ୍ଟର ଠିକ ଭାବେ ପରିଚାଳିତ ହେବ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ।