ନଭେମ୍ବର ୧୫ ତାରିଖରୁ ବିଶ୍ବ ପ୍ରସିଦ୍ଧ ପାଲିଯାତ୍ରା


କଟକ: ପୁଣି ଫେରିବ ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା । ଜମିବ କିଣା ବିକାର ଆସର । ସପ୍ତାହେରୁ ଅଧିକ ସମୟ ଲାଗିବ ମହାନଦୀ ପଠା ବାଲିଯାତ୍ରା ପଡ଼ିଆରେ ମେଳା । ଆଉ ଏହି ଦିନ ବେଶି ନାହିଁ । ଆସନ୍ତା ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବାଲିଯାତ୍ରା ।

ତେବେ ଚଳିତ ବର୍ଷ କେତେ ଦିନ ପାଇଁ ବାଲିଯାତ୍ରା ହେବ, ତାହା ପରବର୍ତ୍ତୀ ରାଜ୍ୟସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିଦ୍ଧେ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ କହିଛନ୍ତି, ବାଲିଯାତ୍ରାକୁ ଆସୁଥିବା ସମସ୍ତ ବ୍ୟବସାୟୀଙ୍କୁ ସୂଚାରୁ ରୂପେ ଷ୍ଟଲ ଆବଣ୍ଟନ ପାଇଁ ସିଙ୍ଗଲ ୱଇଣ୍ଡୋ ବ୍ୟବସ୍ଥା ସହ ସମ୍ପୂର୍ଣ ବାଲିଯାତ୍ରାକୁ ଇଣ୍ଟିଗ୍ରେଟେଡ଼ କରାଯିବ । ପାର୍କିଂ  ସମସ୍ୟା ଦୂର କରିବା ପାଇଁ ଅଧିକ ଜାଗା ଚି଼ହ୍ନଟ କରାଯିବ ଓ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଯାତ୍ରା ସମୟରେ ଆମ୍ବୁଲାନ୍ସ ଓ ଭିଆଇପିଙ୍କ ପାଇଁ ଏକ ଗ୍ରୀନ କରିଡର ପ୍ରସ୍ତୁତ ରଖାଯିବ । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଅଧିକ ଶୌଚାଳୟର ବ୍ୟବସ୍ଥା ହେବ ।