Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଗୁରୁ ପୂଜନ ଉତ୍ସବ ପାଳିତ

ବେଲଗୁଣ୍ଠା,05/09, ଆଜି ପବିତ୍ର ଗୁରୁ ଦିବସ ଉପଲକ୍ଷେ ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କ୍ଷତ୍ରିୟବରପୁର ନୋଡାଲ୍ ଉଛ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥଙ୍କ ଅଧ୍ୟକ୍ଷତାରେ ସୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁପୂଜନ କାର୍ଯ୍ୟକ୍ରମକୁ ସୋରଡା ବିଧାୟକ ନୀଳମଣି ବିଷୋୟୀ ଉଦ୍ଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ବିଡିଓ ଭାରତୀ ଦେବୀ,ମୁଖ୍ୟବକ୍ତା ରୂପେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ଯୁବ ସଂଘଠକ ଜିତେନ୍ଦ୍ର ନାୟକ,ମହନ୍ତ ରାମକୃଷ୍ଣ ଦାଶ,ସରପଞ୍ଚ କମଳ କୁମାରୀ ପ୍ରଧାନ,ବେଲଗୁଣ୍ଠା ଏବିଇଓ ପ୍ରତିଭା ରଥ,ଭାଗ୍ୟଲତା ପ୍ରଧାନ, ସୋରଡା ଏବିଇଓ ବିଜୟ କୁମାର ମଣ୍ଡଳ ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମନାରାୟଣ ପଣ୍ଡା, ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ, ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍,ଗୋବରା କଲେଜ୍ ଅଧ୍ୟକ୍ଷା ମାମା ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ I ଛାୟାକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଭୟ ସୋରଡ଼ା ଏବଂ ବେଲଗୁଣ୍ଠା ବ୍ଳକ୍ ର 500 ରୁ ଊର୍ଦ୍ଧ୍ଵ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ I ସେହିପରି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁ ଦିବସ କାର୍ଯ୍ୟକ୍ରମରେ ଅତିଥି ରୂପେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ,ଅଶୋକ କୁମାର ପ୍ରଧାନ, ସନ୍ତୋଷ କୁମାର ପାଣିଗ୍ରାହୀ,ଅଜୟ କୁମାର ବିଶ୍ୱାଳ, ପ୍ରଫୁଲ୍ଲ କୁମାର ଜେନା,ସପନ କୁମାର ପ୍ରଧାନ,ଅଧ୍ୟାପିକା ପିଙ୍କି ପାତ୍ର,କ୍ରୀଡ଼ା ଶିକ୍ଷକ ବିଶ୍ୱରଞ୍ଜନ ସ୍ୱାଇଁ ଏବଂ ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ମଞ୍ଚାସୀନ ଥିଲେ, ବେଲଗୁଣ୍ଠା ସ୍ୱାମୀବିବେକାନନ୍ଦ ଶିଶୁମନ୍ଦିର ରେ ସମ୍ପାଦକ ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ଗୁରୁ ଦିବସ ପାଳିତ ହୋଇଥିବା ବେଳେ ମଙ୍ଗଳପୁର ସ୍ୱାମୀ ମଙ୍ଗଳପୁର ଶିଶୁମନ୍ଦିରରେ ସଭାପତି ମାଧବ ଚନ୍ଦ୍ର ଅlପଟଙ୍କ ସଭାପତିତ୍ୱରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ସେହିପରି ବେଲଗୁଣ୍ଠା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଅନୁଷ୍ଠାନ ସଭାପତି ଭି ଦେବୀ ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରୋଟାରୀ କ୍ଲବ୍ ଆସିଷ୍ଟାଣ୍ଟ୍ ଗଭର୍ଣ୍ଣର୍ ବନ୍ଦିତା ସାହୁ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ରୂପେ ସ୍ୱାଧୀନ ପାତ୍ର, ସମ୍ମାନିତ ଅତିଥି ରୂପେ ଆଇନଜୀବୀ ବିପିନ ବିହାରୀ ସାହୁ,ସନ୍ତୋଷ କୁମାର ଦଳେଇ, ଅନୁଷ୍ଠାନ ସମ୍ପାଦକ ବୁଲୁ ଦାସ,ଉପଦେଷ୍ଟା ରବୀନ୍ଦ୍ର ନାଥ ଚୌଧୁରୀ,ଅଧ୍ୟକ୍ଷା ବାସନ୍ତୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ ରଶ୍ମିତା ସାହୁ ଗୁରୁମା ଧନ୍ୟବାଦ ଦେଇଥିଲେ I ସେହିପରି ଇଙ୍ଗିନାଠି ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଆୟୋଜିତ ହୋଇଥିବା ଗୁରୁ ପୂଜନ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ର ଶହେରୁ ଉର୍ଦ୍ଧ୍ୱ ଗୁରୁଜୀ ଗୁରୁମାଙ୍କୁ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମକୁ ବାସୁଦେବ ପାଣି ପଂଚାୟତ ସମ୍ପାଦକ ସୂର୍ଯ୍ୟନାରାୟଣ ନାୟକ ପରିଚାଳନା କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories