ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ତହସିଲଦାରଙ୍କ କାର ଦୁର୍ଘଟଣାଗ୍ରସ୍ତ


ରେଢ଼ାଖୋଲ: ଦହସିଲଦାରଙ୍କ କାର ଦୁର୍ଘଟଣା ଗ୍ରସ୍ତ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରେ ଦୁର୍ଘଟଣା ଘଟିଛି । ତହସିଲଦାରଙ୍କ କାରକୁ ସମ୍ମୁଖରୁ ଆଉ ଏକ କାର ଧକ୍କା ଦେଇଛି । ଏଥିରେ ନାକଟିଦେଉଳ ତହସିଲଦାର ଅମର ଜେ. ଡୁଙ୍ଗଡୁଙ୍ଗ ଯାଉଥିଲେ । ଦୁର୍ଘଟଣାରେ ତହସିଲଦାରଙ୍କ ସରକାରୀ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ସୁରକ୍ଷିତ ଅଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମ ନିମନ୍ତେ ମାଜିଷ୍ଟ୍ରେଟ ଦାୟିତ୍ୱ ଥିବା ନାକଟିଦେଉଳ ତହସିଲଦାର ସକାଳେ ସରକାରୀ ଗାଡ଼ିରେ ସମ୍ବଲପୁର ଅଭିମୁଖେ ଯାଉଥିଲେ । ରେଢ଼ାଖୋଲ ସହରର ଦେହୁରୀ ସାହି ଛକ ନିକଟରେ ଏକ କାର ସହ ତହସିଲଦାରଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା ।
ଦୁର୍ଘଟଣା ପରେ ତହସିଲଦାର ଅନ୍ୟ ଏକ କାରରେ ସମ୍ବଲପୁର ଅଭିମୁଖେ ଚାଲି ଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି ।