Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶଂଖ ଭବନରେ ଝଲସିଲା ସ୍ବଭାବ କବି ଗଙ୍ଗାଧର ଓ ମଧୁମୟ ବାନ୍ଧକଳା

ବରପାଲି: ବରପାଲି ଗତ ୨୪ତାରିଖ ଭୁବନେଶ୍ୱରରେ ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଶଂଖ ଭବନ ଉଦଘାଟନ ସମାରୋହ ସମ୍ପର୍ଣ୍ଣ ହୋଇଯାଇଛି। ଆୟୋଜିତ ଶଙ୍ଖ ଭବନ ସମାବେଶ ଅବସରରେ ବରଗଡ ଜିଲ୍ଲା ପକ୍ଷରୁ କଳା ଓ ସଂସ୍କୃତିର ସ୍ମୃତି ସ୍ୱରୂପ ବିଶିଷ୍ଠ ବାନ୍ଧଶିଳ୍ପୀ ଡ.ସୁରେନ୍ଦ୍ର କୁମାର ମେହେରଙ୍କ ବାନ୍ଧ କଳା ଗଙ୍ଗାଧର ଓ ମଧୁମୟ ନମୁନା ଭବନରେ ସ୍ଥାନିତ ହୋଇ ଶୁସୋଭିତ ହୋଇଥିଲା। ନମୁନାର ପ୍ରାଣଦାତା ଡ.ମେହେର ଅତ୍ୟନ୍ତ ସନ୍ତୋଷ ଭାବ ପ୍ରକଟ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମାନ୍ୟବର ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ମହୋଦୟାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି l ଡ.ମେହେରଙ୍କ କହିବାକଥା ଭବନରେ ବାନ୍ଧକଳାରେ ନିର୍ମିତ ସ୍ବଭାବ କବିଙ୍କ ପ୍ରତିଛବି ଓ ତାଙ୍କ ଦ୍ବାରା ରଚିତ ମଧୁମୟ କାବ୍ୟର ଅଂଶ ଶୋଭାବର୍ଦ୍ଧନ କରିଥିବାରୁ ଆମ ବାନ୍ଧକଳା ଜଗତ ପାଇଁ ନିଶ୍ଚିତ ଗର୍ବ ଓ ଗୌରବର ବିଷୟ ବୋଲି ସନ୍ତୋଷ ଜନକ ମତ ପୋଷଣ କରିଥିଲେ।