Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସଟି ଏସସି କର୍ମଚାରୀ ସଂଘ ଭେଟିଲା କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳଙ୍କୁ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ଏସଟି ଏସସି କର୍ମଚାରୀ ସଂଘର ଏକ ପ୍ରତିନିଧି ଦଳ ଭୁବନେଶ୍ଵର ରାଜଭବନ ଠାରେ କେନ୍ଦ୍ର ସାମାଜିକ ନ୍ୟାୟ ତଥା ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଥୱ।ଲେ ଓ ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଛନ୍ତି।
ଏହି ସାକ୍ଷାତ ସମୟରେ କର୍ମଚାରୀ ସଂଘ ପକ୍ଷରୁ ସଭାପତି ନିହାଲ ସିଂ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସମେତ ବିଭିନ୍ନ ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ବେକ୍ ଲକ୍, ଏସଟି ଏସସି ପଦୋନ୍ନତି ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ କରି କିଭଳି ଓଡ଼ିଶାରେ ଦଳିତ, ଆଦିବାସୀ, ପଛୁଆବର୍ଗ, ଅଳ୍ପସଂଖ୍ୟକ ଡକ୍ଟର ବିଆର ଆମ୍ବେଦକରଙ୍କ ଦେଇଥିବା ସାମ୍ବିଧାନିକ ଯୋଜନାର ସୁଫଳ ପାଇପାରିବେ ଓ ଏସସି ଏସଟି ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ କିପରି ଓଡ଼ିଶା ରାଜ୍ୟ ସରକାର ରୋକି ପାରିବେ ସେନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଥିଲେ। ଏହି ସାକ୍ଷାତ ସମୟରେ ଆରପିଆଇ ରାଜ୍ୟ ସଭାପତି ଶେଖ୍ ଅବଦୁଲୱ।ଲି ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।