Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା: ଜିଆଇଏ ଖସଡ଼ା ପ୍ରସ୍ତୁତିରେ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସମିତି ସଭ୍ୟସଭ୍ୟାଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା……ଅଭିଯୋଗ କୁ ବିଡ଼ିଓଙ୍କ ଖଣ୍ଡନ; ନିୟମାନୁଯାୟୀ କରାଯାଇଛି ଖସଡ଼ା ପ୍ରସ୍ତୁତ

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ୨୧ ଗୋଟି ପଞ୍ଚାୟତ ମଧ୍ୟରୁ ୧୩ ଜଣ ସମିତି ସଭ୍ୟ ଓ ସଭ୍ୟା ମାନେ ଗ୍ରାଣ୍ଟଇନ୍ଏଡ୍ ଖସଡ଼ା ପ୍ରସ୍ତୁତିରେ ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟରେ ପ୍ରତିବାଦ କରି ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ତେବେ ବିଡ଼ିଓ ସୁଶ୍ରୀ ରୀନା ନାଏକ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ନିୟମାନୁଯାୟୀ ପଲ୍ଲୀସଭା ଗ୍ରାମସଭାରେ ଯାହା ଖସଡ଼ା ପ୍ରସ୍ତୁତ ହୋଇଥିଲା, ସେହି ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ଗଣମାଧ୍ୟମ ଆଗରେ ବିଡ଼ିଓ ପ୍ରକାଶ କରିଛନ୍ତି। ସଭ୍ୟ ସଭ୍ୟା ମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ପ୍ରଶ୍ନ ପଚାରିବାରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏବିଷୟରେ ଜଣେଇ ଦେଇଛି, ନିର୍ଦ୍ଦେଶ ଯାହା ହେବ ସେ ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଥିଲେ।
ସୂଚନାଯୋଗ୍ୟ ଯେ ବିଗତ ଦିନରେ ସରକାରଙ୍କ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ଏକ ଖସଡ଼ା ପ୍ରଦାନ କରାଯିବା ପାଇଁ ନିର୍ଦେଶ ଦେଇଥିଲେ। ହେଲେ ସମିତି ସଭ୍ୟ ସଭ୍ୟାଙ୍କ ଅଭିଯୋଗ ଅନୁଯାୟୀ ଜମନକିରା ବିଡ଼ିଓ ଏ ସମ୍ପର୍କରେ ସମିତି ସଭ୍ୟ ସଭ୍ୟା ଙ୍କୁ ନଜଣାଇ ଏକ ଖସଡ଼ା ପ୍ରସ୍ତୁତ କରି ସରକାର ଙ୍କୁ ପ୍ରଦାନ କରିଥିଲେ। ଏହା ଜାଣିବା ପରେ ୧୩ ଜଣ ସମିତି ସଭ୍ୟ ସଭ୍ୟା ଏହାର ପ୍ରତିବାଦ କରି ସମ୍ବଲପୁର ଜିଲ୍ଲାପାଳ ଏବଂ ଡ଼ିଅରଡ଼ିଏ ସିଡିଓଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ବିଚାର କରା ନଯିବାରୁ ପୂର୍ବ ଘୋଷଣା ଅନୁଯାୟୀ ଆଜି ୧୨ ତାରିଖରୁ ସମିତି ସଭ୍ୟସଭ୍ୟା ମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣ ଦେବେ ବୋଲି କହିଛନ୍ତି। ଆଜିର ଧାରଣ ସ୍ଥଳରେ ଅଧ୍ୟକ୍ଷା ଆଶ୍ରିତା ଭୋଇଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ରୋହିତ ଭୋଇ, ଟିକିବା ସମିତି ସଭ୍ୟା ସ୍ନିଗ୍ଧା ପଟେଲ, ଖର୍ଶନମାଲ ସମିତି ସଭ୍ୟ ସୁଶୀଲ କୁମାର ମିର୍ଧା, କେଦାର ନାଥ ବରିହା, ରିତା କିଶାନ, ଯଶନିତା କିସାନ, ଶାନ୍ତି ଧୁରୁଆ, ସୁଷମା କୈବର୍ତ୍ତ, ପ୍ରଭା ବେହେରା, ସୁନନ୍ଦା କିଷାନ, ରାଜେଶ ପଟେଲ ଏବଂ ବିସ୍ମିତ ବାଘ ପ୍ରମୁଖ ୧୩ ଜଣ ସଭ୍ୟ ସଭ୍ୟା ଧାରଣାରେ ବସିଥିଲେ। ୨୧ ଗୋଟି ପଞ୍ଚାୟତ ମଧ୍ୟରୁ ଏଥିରେ ୧୫ ଜଣ ସଭ୍ୟ ସଭ୍ୟାଙ୍କ ଦସ୍ତଖତ ରହିଥିବା ବେଳେ ୧୩ଜଣ ବସିଥିଲେ। ଅନ୍ୟ ସମିତି ସଭ୍ୟ ସଭ୍ୟାଙ୍କ ସମର୍ଥନ ନଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ