Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂକୁଚିତ ରାଜାରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା, ୨୦ ଘଣ୍ଟା ଧରି ରାସ୍ତା ଜାମ, ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଛିଡ଼ା

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଗୌଡ଼ାପାଲି ଠାରୁ ଜମନକିରା ବାଇପାସ୍ ପର୍ଯ୍ୟନ୍ତ ୨୨ କିଲୋମିଟର ରାସ୍ତା ୪ ଥାକିଆ ହୋଇ ନଥିବାରୁ ପ୍ରତ୍ୟହ ଦିନେ ଦିଦିନ ଅନ୍ତର‌ରେ ଜାତୀୟ ରାଜରାସ୍ତା ୫୩ରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏଥିସହ ରାସ୍ତା ଏବେ ମରଣ ଜନ୍ତା ପାଲଟିଛି। ଦୁର୍ଘଟଣା ହେଲେ ଲୋକେ ମୃତ୍ୟୁ ମୁଖରେ ପଡିଛନ୍ତି। ଗତକାଲି ରାତ୍ର ପ୍ରାୟ ୧୨ ଟା ବେଳେ ଏକ ଟମାଟୋ ବୋଝେଇ ଟ୍ରକ ସହ ଏକ ଟ୍ରୀଲେର ଧକ୍କା ହେବା ଫଳରେ ବଡରମା ଘାଟି ରାସ୍ତାରେ ରୋଡ ସକାଳ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ପୋଲିସ ପହଞ୍ଚି କ୍ରେନ ସାହାଯ୍ୟରେ ଗାଡ଼ି ଦୁଇଟିକୁ ଅଲଗା ଅଲଗା କରିବା ପରେ ଗୋଟିଏ ସାଇଡ ରୁ ଗାଡ଼ି ଛଡ଼ା ଯାଇଥିଲା। ପରେ ଅନ୍ୟ ସାଇଡ ର ଗାଡ଼ି ଛଡ଼ା ଯାଇଥିଲା। ଏମିତି କରି ଆଜି ଖବର ଲେଖା ଯିବା ପର୍ଯ୍ୟନ୍ତ ଗାଡ଼ି ଗୁଡ଼ିକୁ ପୋଲିସ ଉପସ୍ଥିତ ରହି ଯାତାୟାତ କରାଉ ଥିବା ନେଇ ଥାନା ଅଧୀକାରି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏହି ରାସ୍ତାକୁ ୪ ଥାକିଅ କରିବା ପାଇଁ ଅଞ୍ଚଳବାସୀ ଜିଲ୍ଲାପାଳ ଙ୍କ ଠାରେ ଦାବି କରୁଥିବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ