Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟ ପ୍ରତିଷ୍ଠାତା ଙ୍କ ପ୍ରତିମୂର୍ତ୍ତି ସ୍ଥଳେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଜଣାଇଲେ ଶ୍ରଦ୍ଧାଞ୍ଜଳି

ପଟ୍ଟାଙ୍ଗି୧୫/୦୯ରାମାଞ୍ଚଳରେ ବସବାସ କରୁଥିବା ପରିବାର ବର୍ଗଙ୍କ ପିଲାମାନେ କିପରି ଉଚ୍ଚ ଶିକ୍ଷିତ ହୋଇ ପାରିବେ ଏହାକୁ ଦୃଷ୍ଟିରେ ରଖି ଜଣେ ସମାଜ ସେବୀ ଆରମ୍ଭ କରିଥିଲେ ଶିକ୍ଷା ଅନୁଷ୍ଠାନ କିନ୍ତୁ ସେହି ଶିକ୍ଷା ଅନୁଷ୍ଠାନ ବର୍ତ୍ତମାନ ଛାତ୍ରଛାତ୍ରୀ ତଥା ଅଞ୍ଚଳ ବାସିଙ୍କ ପାଇଁ ପ୍ରେରଣା ପାଲଟିଛି । ଏହିପରି ଦୃଶ୍ୟ ଦେଖିବା କୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ୧୯୯୮ ମସିହାରେ ମାଳିପୁଟ , ସୁଙ୍କି , ଅମ୍ପାବାଲି , ରାଲେଗଡା , କୁନ୍ଦୁଲି ହାଟପଦା ପରି ପ୍ରମୁଖ ସ୍ଥାନରେ ଶିକ୍ଷା ଅନୁଷ୍ଠାନ ସ୍ଥାପନ କରିଥିଲେ । କିନ୍ତୁ ସେହି ସମାଜ ସେବି ତଥା ପ୍ରତିଷ୍ଠାତା ସ୍ୱର୍ଗତ ନୃସିଂହ ନାଥ ବେହେରା ଙ୍କ ୨୦୨୦ ସେପ୍ଟେମ୍ବର ୦୯ ତାରିଖରେ ଅକାଳ ବିୟୋଗ ଘଟିବା ପରେ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ର ଉନ୍ନତି କ୍ଷେତ୍ରରେ ଏକ ପ୍ରକାର ପୁର୍ଣ୍ଣ ଛେଦ ପଡିଗଲା । ପ୍ରତିଷ୍ଠାତା ଙ୍କ ଏହିପରି ଅନେକ କିଛି କାର୍ଯ୍ୟକ୍ରମ କୁ ମନେ ପକାଇ ବ୍ଲକର ମାଳିପୁଟ ରାଜୀବ ଗାନ୍ଧୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ନାୟକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପ୍ରଚେଷ୍ଟାରେ ଚତୁର୍ଥ ଶ୍ରଦ୍ଧାଞ୍ଜଳି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ କି ବିଦ୍ୟାଳୟ ପରିସରରେ ସ୍ଥାପିତ ହୋଇଥିବା ପ୍ରତିଷ୍ଠାତା ସ୍ୱର୍ଗତ ନୃସିଂହ ନାଥ ବେହେରାଙ୍କ ପ୍ରତିମୂର୍ତ୍ତି ରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟ ଯଥା ଧର୍ମପତ୍ନୀ ନିବେଦିତା ବେହେରା , ଝିଅ ନିର୍ଲିପତା ଦିବ୍ୟଶ୍ରୀ ବେହେରା , ମନୋଜ କୁମାର ବେହେରା , ସାନ ଭାଇ ଜଗନ୍ନାଥ ବେହେରା , ଭାଇବହୁ ଜସ୍ମିତା ବେହେରା , ପୁତୁରା ଅଙ୍କିତ ଅନୁରାଗ ବେହେରା , ଝିଆରୀ ଅନ୍ମିସା ଅନମୋଲ ବେହେରା , ବଳରାମ ବାରିକ , ଗୋବିନ୍ଦ ଖରା , ଶଙ୍କର ପଟନାୟକ , ପୁକାଲି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପଡାସେଠି ଆପାରାଓ ଙ୍କ ସମେତ ଅନେକ ପ୍ରଶଂସକ ଯୋଗଦେଇ ପୁସ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରୀ ରଜନୀ ଖରା ସମସ୍ତ ପାଠପଢ଼ା ବିଷୟ ବସ୍ତୁରେ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ରୁ ପ୍ରତିଷ୍ଠାତା ସ୍ୱର୍ଗତ ନୃସିଂହ ନାଥ ଙ୍କ ସାନ ଭାଇ ଜଗନ୍ନାଥ ଛାତ୍ରୀ ଜଣଙ୍କୁ ସମ୍ମାନିତ।କରିଥିଲେ ।