Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରୋଇ କମ୍ପାନୀ ଦ୍ୱାରା ୧୪୨ ଜଣ ଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ପ୍ରଦାନ।

ଲକ୍ଷ୍ମୀପୁର ୧୮/୦୯ .କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ରେ ଖଣି ଖନନ ଦାୟିତ୍ୱ ରେ  ଥିବା ଏକ ଘରୋଇ କମ୍ପାନୀ ଦ୍ୱାରା ୧୪୨  ଜଣ ଛାତ୍ରୀ ଙ୍କୁ  ବିଭିନ୍ନ ପ୍ରକାର ପାଠ୍ୟ ଉପକରଣ ପ୍ରଦାନ କରାଯାଇଛି। ସରକାର ଙ୍କ ବିନା ଅନୁଦାନ ରେ ୧୯୯୫ ମସିହାରୁ ଚାଲୁଥିବା ୟୂଏନରାଜୁ ବାଳିକା ବିଦ୍ୟାଳୟ ଅନେକ ଘାତ ପ୍ରତିଘାତ ଦେଇ ଚାଲୁଥିବା ବେଳେ ଗତ ଦୁଇ ବର୍ଷ ହେଲା ମୈତ୍ରୀ ଇନଫ୍ରା ନାମକ ଏକ ଘରୋଇ କମ୍ପାନୀ ବିଭିନ୍ନ ପ୍ରକାର ଅନୁଦାନ ପ୍ରଦାନ କରିଆସୁଛି। ଚଳିତ ବର୍ଷ ଏହି ବାଳିକା ବିଦ୍ୟାଳୟ ରେ ୧୪୨ ଜଣ ଆଦିବାସୀ ଓ ପଛୁଆ ବର୍ଗ ର ଗରିବ ଛାତ୍ରୀ ମାନେ ରାୟଗଡା ଓ କୋରାପୁଟ ଜିଲ୍ଲା ରୁ ଆସି ହଷ୍ଟେଲ ରେ ରହି ପାଠ ପଢୁଛନ୍ତି, ଏମାନଙ୍କ ସକାଶେ କମ୍ପାନୀ ତରଫରୁ ଆଜି ଦୁଇ ହଳ ଲେଖାଏଁ ଡ୍ରେସ,ବୁଟ,ବ୍ୟାଗ,ଖାତା ଭଳି ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି। କମ୍ପାନୀ ତରଫରୁ ପ୍ରତ୍ୟକ ମାସରେ କର୍ମଚାରୀ ଙ୍କ ସକାଶେ ଏକ ଲକ୍ଷ ଟଙ୍କା ଦରମା ମଧ୍ୟ ପ୍ରଦାନ କରାଯିବା ସହ ଛାତ୍ରୀ ମାନଙ୍କ ବସିବା ସକାଶେ ଚୈର ଟେବୁଲ ମଧ୍ୟ କମ୍ପାନୀ ତରଫରୁ ପ୍ରଦାନ କରାଯାଇଛି। କମ୍ପାନୀ ଦ୍ୱାରା ଏହି ବିଦ୍ୟାଳୟ ବର୍ତ୍ତମାନ ସୁରୁଖୁରୁରେ ଚାଲୁଥିବା ବେଳେ ଆଗକୁ ଏହି ବାଳିକା ବିଦ୍ୟାଳୟ କୁ ସରକାର ଗ୍ରହଣ କରନ୍ତୁ ବୋଲି ଦାବୀ କରାଯାଇଛି।  ପ୍ରତ୍ୟକ ବର୍ଷ କମ୍ପାନୀ ର ଏପରି କାମକୁ ବିଦ୍ୟାଳୟ କତୃପକ୍ଷ ଙ୍କ ସମେତ ଛାତ୍ରୀ ମାନେ ସାଧୁବାଦ ଜଣାଇଛନ୍ତି।କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଧ୍ୟକ୍ଷା ଶୁଆଇ କୁଲେସିକା,ପ୍ରଧାନ ଶିକ୍ଷୟତ୍ରୀ କ୍ରିଷ୍ଣାମଣୀ ଖିଲ,ପ୍ରୋଜେକଟ ମ୍ୟାନେଜେର ତ୍ରିନାଥ କୋରେଇ, ପିଆରଓ ସୁଧୀର ଗରଡ଼ା, ବିଦ୍ୟାଳୟ ସମ୍ପାଦକ ବୈଷ୍ଣବ ଖରା, ସଦସ୍ୟ ବସନ୍ତ ବିଡ଼ିକ, ସୌରଜ୍ୟ ବେହେରା, ଘାସିରାମ ମୁଦୁଲି ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ କର୍ମଚାରୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ