Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୌଳିକ ସୁବିଧାରୁ ବଞ୍ଚିତ ଖଜୁରୀଗୁଡ଼ା ଗ୍ରାମବାସୀ, ଲାଗି ରହିଛି କୁଢ଼ କୁଢ଼ ସମସ୍ୟା

ଲକ୍ଷ୍ମୀପୁର ୧୮/୦୯ 
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କୁସୁମଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖଜୁରୀଗୁଡ଼ା ଗ୍ରାମ ବାସୀ ସରକାରଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି।ଶିକ୍ଷା ପାନୀୟ ଜଳ ଭଳି ସୁବିଧା ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି କହିଲେ ଅତ୍ୟୁକ୍ତି ହେବନି।ଗ୍ରାମରେ ଘର ସଂଖ୍ୟା ୧୦  ଥିଲେ ସୁଧା ଲୋକ ସଂଖ୍ୟା ୬୦ରୁ ଉର୍ଦ୍ଧ।ଗ୍ରାମବାସୀ ଡଙ୍ଗର ଜମି ରେ ଚାଷ କରି ପରିବାର ଚଳାନ୍ତି।ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ସବୁଠୁ ବଡ ସମସ୍ୟା ହୋଇଛି।ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ କଥା ନକହିବା ଭଲ।ଜିତିଲା ପରଠୁ ଦିନେ ହେଲେ ଗାଁ ମାଟି ମାଡ଼ିଲେ ନାହିଁ,ବହୁ ବାର୍ ପାନୀୟ ଜଳର ସୁବିଧା ପାଇଁ ସେମାନଙ୍କୁ କହିଲୁ ହେଲେ ସେମାନେ ବି କର୍ଣ୍ଣପାତ କରୁନାହାନ୍ତି,ବର୍ଷା ଦିନେ ଚୁଆଁ ପାଣି ଖରା ଦିନେ ନଦୀ ପାଣି ବ୍ୟବହାର କରୁ ବୋଲି ଗ୍ରାମର ବାସୁ ମାଣ୍ଡିଙ୍ଗା,ଶ୍ରୀଧର ମାଣ୍ଡିଙ୍ଗା,ରାଜୁ ମାଣ୍ଡିଂଗା,ଲାଚି ମେଲେକା,ଗଦା ମେଲେକା ପ୍ରମୁଖ କହିଛନ୍ତି। ସ୍କୁଲ କୁ ଯିବାକୁ ହେଲେ ଜୀବନକୁ ପାଣି ଛଡାଇ ଯିବାକୁ ହୁଏ।ଗାଁ ପାଖ ଦେଇ ବହିଯାଇଥିବା ନଦୀ ଭିତରେ ପିଲାମାନେ ପାଠ ପଢିବାକୁ ଯାଆନ୍ତି।ବର୍ଷା ଦିନେ ନଦୀରେ ପାଣି ସ୍ରୋତ ବଢୁଥିବାରୁ ଦୁଇ ମାସ ସ୍କୁଲ ଛୁଟି କରି ଘରେ ରୁହନ୍ତି।
ସ୍ବାଧୀନତାର ୭୮ ବର୍ଷ ବିତିବାକୁ ଗଲାଣି ତଥାପି ଲକ୍ଷ୍ମୀପୁର ବ୍ଲକରେ ଏଭଳି ଗାଁ ଅଛି ଯୋଉଠି ଗ୍ରାମବାସୀ ନଳ କୂପ କଣ ଜାଣିନଥିବା ସବୁଠୁ ବଡ ଦୁଃଖର ବିଷୟ ପାଲଟିଛି।ଏପରିକି ନଦୀ ନାଳ ପାଣିରେ ଜୀବନ କଟୁଛି ବୋଲି ଗ୍ରାମବାସୀ କହିଛନ୍ତି।ଖାଲି ସେତିକି ନୁହେଁ ଗ୍ରାମରେ ଆଜି ଯାଏଁ ଜଣେ ହେଲେ ଆବାସ ଯୋଜନାରେ ଘର ଖଣ୍ଡିଏବି ପାଇ ନଥିବା ଗ୍ରାମବାସୀ କହିଛନ୍ତି। କୌଣସି କାମରେ ପଞ୍ଚାୟତ କାର୍ଯ୍ୟାଳୟକୁ ଜିବା ପାଇଁ ମଧ୍ୟ ରାସ୍ତା ନାହିଁ।
ସେଥି ପାଇଁ ଚମ୍ପୀ ପଞ୍ଚାୟତ ଉପରେ ଭରସା କରି ପ୍ରାୟ ୧୨ କିଲୋମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡୁଛି।ଚମ୍ପୀ ସଦର ପଞ୍ଚାୟତ ରୁ ଖଜୁରୀଗୁଡ଼ା ଗ୍ରାମକୁ ଲମ୍ବିଥିବା ପିଚୁ ରାସ୍ତାକୁ ଛାଡ଼ି ଦେଲେ ଅନ୍ୟ କୌଣସି ସୁବିଧା ଏଯାଏଁ ସେମାନେ ପାଇ ନାହାନ୍ତି।ଏନେଇ ଲକ୍ଷ୍ମୀପୁର ବିଡ଼ିଓ ଙ୍କୁ ପଚାରିବାରୁ ଉକ୍ତ ଗ୍ରାମକୁ ମୁ ନିଜେ ଗସ୍ତ କରି କଣ କଣ ସମସ୍ୟା ରହିଛି ତାହା ଦେଖିବା ପରେ ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ