Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ସାମୟିକ ଧାରଣା ପ୍ରତ୍ୟାହୃତ

ଜମନକିରା : ଜମନକିରା ବ୍ଲକ ଜିଆଇଏ ଖସଡ଼ା ପ୍ରସ୍ତୁତିରେ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ସମିତି ସଭ୍ୟସଭ୍ୟାଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଦିଆ ଯାଇଥିବା ଧାରଣା ଆଜି ବିଡ଼ିଓଙ୍କ ପ୍ରତିଶୃତି ପରେ ସାମୟିକ ଭାବେ ପ୍ରତ୍ୟାହୃତ ହୋଇଛି। ତେବେ ଦାବି ପୂରଣ ନହେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ଭୋଇ ପ୍ରକାଶ କରିଛନ୍ତି। ଆଜି ଅପରାହ୍ନ ସାଢେ଼ ୧ ଟା ସମୟରେ ଧାରଣା ସ୍ଥଳ କୁ ବିଡ଼ିଓ ସୁଶ୍ରୀ ନାଏକ ଯାଇ ମୃଦୁ ପାନୀୟ ଜଳ ପିଆଇ ଧାରଣାରତ ସମିତି ସଭ୍ୟ ସଭ୍ୟା ମାନଙ୍କୁ ଧାରଣା ରୁ ଉଠିବା ପାଇଁ ଅନୁରୋଧ କରିଥିଲେ। କହିଥିଲେ ଆପଣ ମାନେ ନିଜ ନିଜ ପ୍ରସ୍ତାବ ଗୁଡ଼ିକ ଲିଖିତ ଦିଅନ୍ତୁ। କଲେକ୍ଟର ଙ୍କ ପାଖକୁ ପଠେଇ ଦେବି କହିବାରୁ ସଭ୍ୟ ସଭ୍ୟା ମାନେ ରାଜି ହୋଇ ଧାରଣା ପ୍ରତ୍ୟାହାର କରିଥିଲେ। ଆଜିର ଧାରଣ ସ୍ଥଳରେ ଅଧ୍ୟକ୍ଷା ଆଶ୍ରିତା ଭୋଇଙ୍କ ସମେତ ଟିକିବା ସମିତି ସଭ୍ୟା ସ୍ନିଗ୍ଧା ପଟେଲ, ଖର୍ଶନମାଲ ସମିତି ସଭ୍ୟ ସୁଶୀଲ କୁମାର ମିର୍ଧା, କେଦାର ନାଥ ବରିହା, ଯଶନିତା କିସାନ, ଶାନ୍ତି ଧୁରୁଆ, ସୁନନ୍ଦା କିଷାନ, ସଞ୍ଜୟ ସେଠ୍, ସୁଶିଲ ମାକର ଓ ରାଜେଶ ପଟେଲ ପ୍ରମୁଖ ୯ ଜଣ ସଭ୍ୟ ସଭ୍ୟା ଆଜି ଧାରଣାରେ ବସିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ