Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୁନପାର ଗାଁ ରେ ନାଚ ରୁ ମହାଭାରତ ଘଟଣା…ଛଅ ଜଣ ଆଦିବାସୀ ଯୁବକ ଙ୍କୁ କୋର୍ଟ ଚାଲାଣ

ଲକ୍ଷ୍ମୀପୁର ୧୮/୦୯
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ତୁନୁପାର ଗାଁରେ ବଉଳା ଯାତ୍ରା ଅବସର ରେ ନାଚ କୁ ନେଇଁ ମହାଭାରତ ଭଳି ଗୋଷ୍ଠୀ ସଂଘର୍ଷ ଘଟି ଅନେକ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।ବର୍ତ୍ତମାନ ଗାଁରେ ଚାପା ଉତ୍ତେଜନା ଲାଗିରହିଛି।ଫଳରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।ଘଟଣାଟି ସୋମବାର ରାତିରେ ଘଟି ଥିବା ବେଳେ ମଙ୍ଗଳବାର ଦିନ ତାହା ଉଗ୍ର ରୂପ ନେଇଥିଲା।ସେଥିରେ ଦୁଇ ଗୋଷ୍ଠି ମଧ୍ୟରେ ଅନେକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତି କରାଜାଇଥିଲା।ଏନେଇ ଦୁଇ ଗୋଷ୍ଠୀ ତରଫରୁ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଥିବା ବେଳେ ତୁନପାର ଗାଁ ରୁ କାକିରିଗୁମ୍ମା ପୋଲିସ ସଦଳବଳେ ପହଞ୍ଚି ତଦନ୍ତ କରି ଫେରି ଆସି ଆଜି କେସ ନମ୍ୱର୍ ୮୩/୨୪ ରେ ଏକ ମାମଲା ରୁଜୁ କରି ଛଅ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଡମ୍ବରୁଧର ବାତ୍ରିଆ ପ୍ରକାଶ କରିଛନ୍ତି।ଗିରଫ ମାନଙ୍କ ମଧ୍ୟରେ ବାସୁଦେବ ନନ୍ଦିବାଡି,ସନ୍ତୋଷ ମୁଦୁଲି,ଦିଲେଶ ମୁଦୁଲି,କାର୍ତ୍ତିକ ମୁଦୁଲି,ମହେନ୍ଦ୍ର ମୁଦୁଲି ଓ ଶରତ ମୁଦୁଲି ଭଳି ଆଦିବାସୀ ଯୁବକ ରହିଛନ୍ତି ।ଏଥି ସହ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ