Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି କାର୍ଯକ୍ରମ

ଜମନକିରା : ଆଜି ଶୁକ୍ରବାର ଦିନ ଜମନକିରା ପଞ୍ଚାୟତ ସମିତି ସଭାଗୃହ ଠାରେ MGNREG ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯକ୍ରମରେ ରୀନା ନାଏକ, ଗୋଷ୍ଠୀଉନ୍ନୟନ ଅଧିକାରୀ ଜମନକିରା, ରବୀନ୍ଦ୍ର ରଣା, ଅତିରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ ଜମନକିରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଶାଳିନୀ ସିଂ, ଆରତତ୍ରାଣ ଶତପଥି ଜିଲ୍ଲା ସାମାଜିକ ସମୀକ୍ଷକ, ମନୋଜ କୁମାର ଭୋଇ, ଅତିରିକ୍ତ କାର୍ଯକ୍ରମ ଅଧିକାରୀ, ଜମନକିରା, ମଞ୍ଚାସୀନ ଥିବା ସହିତ କାର୍ଯକ୍ରମରେ ସମସ୍ତ ଗ୍ରାମ ରୋଜଗାର ସେବକ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମସ୍ତ ସରପଞ୍ଚ, ବିଭାଗୀୟ ଅଧିକାରୀ , ଭି ଆର ପି. , ବ୍ଲକ ସାମାଜିକ ସମୀକ୍ଷକ, ଜବ କାର୍ଡ ଧରି ଏବଂ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ। କାର୍ଯକ୍ରମ ପ୍ରାରମ୍ଭରେ ରୀନା ନାଏକ, ଗୋଷ୍ଠୀଉନ୍ନୟନ ଅଧିକାରୀ ଜମନକିରା ସମସ୍ତଙ୍କୁ ସ୍ବାଗତ ଜଣାଇ କାର୍ଯକ୍ରମକୁ ଆରମ୍ଭ କରିଥିଲେ ଏବଂ ମନୋଜ କୁମାର ଭୋଇ, ଅତିରିକ୍ତ କାର୍ଯକ୍ରମ ଅଧିକାରୀ, ଜମନକିରା କାର୍ଯକ୍ରମକୁ ପରିଚାଳନା କରିଥିଲେ। ଆରତତ୍ରାଣ ଶତପଥି, ଜିଲ୍ଲା ସାମାଜିକ ସମୀକ୍ଷକ, ସମ୍ବଲପୁର ଜନ ଶୁଣାଣି କାର୍ଯକ୍ରମରେ ଆସିଥିବା ବିଭିନ୍ନ ଅଭିଯୋଗର ଶୁଣାଣି କରିବା ସହିତ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଗୋଷ୍ଠୀଉନ୍ନୟନ ଅଧିକାରୀ ଜମନକିରାଙ୍କୁ ଜଣାଇଥିଲେ। କାର୍ଯକ୍ରମରେ ସମୁଦାଯ ୭୨ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା। ସେଥିମଧ୍ୟରୁ ଗ୍ରାମ ପଞ୍ଚାୟତର ୨୭ଗୋଟି, ଉଦ୍ୟାନ ବିଭାଗର ୭ ଗୋଟି, ଜଙ୍ଗଲ ବିଭାଗର ୯ ଗୋଟି, ଆଇ. ଟି. ଡି. ଏ. ବିଭାଗର ୧୨ ଗୋଟି, ମୃତିକା ସରକ୍ଷଣ ବିଭାଗର ୧୭ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା। ଶେଷରେ ମନୋଜ କୁମାର ଭୋଇ, ଅତିରିକ୍ତ କାର୍ଯକ୍ରମ ଅଧିକାରୀ, ଜମନକିରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ।