Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ରାଜ୍ୟ ଜୁନିୟର ମହିଳା ହକି ଚାମ୍ପିୟନସିପ୍, ୮-୧ ଗୋଲରେ ଯାଜପୁରକୁ ପରାସ୍ତ କଲା ସମ୍ବଲପୁର

ସମ୍ବଲପୁର: ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଓଡ଼ିଶା ଜୁନିୟର ମହିଳା ଓ ସବ୍ ଜୁନିୟର ବାଳକ ରାଜ୍ୟ ଚାମ୍ପିୟନସିପ୍ ୨୦୨୪ ଅନୁଷ୍ଠିତ ହୋଇଯାଇଛି I ଏହି ମ୍ୟାଚ୍ ୧୭ ସେପ୍ଟେମ୍ବରରୁ ୨୦ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଚାଲିଥିଲା I ହକି ଆସୋସିଏସନ୍ ଅଫ୍ ଓଡ଼ିଶା ଜୁନିୟର ମହିଳା ରାଜ୍ୟ ଚାମ୍ପିୟନସିପ୍ ୨୦୨୪ ର ତୃତୀୟ ସଂସ୍କରଣର ଜୁନିୟର ମହିଳା ବର୍ଗରେ ସମ୍ବଲପୁର ଯାଜପୁରକୁ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି I ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ଜୁନିୟର ମହିଳା ଫାଇନାଲରେ ସମ୍ବଲପୁର ତୃତୀୟ ସ୍ଥାନ ପାଇଁ ୮-୧ ଗୋଲରେ ଯାଜପୁରକୁ ପରାସ୍ତ କରିଛି I ବାମରା ବ୍ଲକର ସୋନିଆ ଡୁଙ୍ଗଡୁଙ୍ଗ ଟପ୍ ମିଡ୍ ଫିଲ୍ଡର ଭାବେ ମାନ୍ୟତା ପାଇଛନ୍ତି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ବଲପୁର ମହିଳା ହକି ଦଳକୁ ୧୦ ହଜାର ଟଙ୍କା ଓ ସୋନିଆ ଡୁଙ୍ଗଡୁଙ୍ଗଙ୍କୁ ୮ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।