Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଠ ଗଣ୍ଡି ସହ ଟ୍ରାକ୍ଟର ଜବତ, ଚାଲକ ଫେରାର

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଜମନକିରା ରେଞ୍ଜ ସରଡ଼ା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଜଙ୍ଗଲ ରାସ୍ତାରୁ ଆଜି ସନ୍ଧ୍ୟା ୬ଟା ସମୟରେ ଏକ ସ୍ବରାଜ ଟ୍ରାକ୍ଟରରେ ୬ ରୁ ୭ ଖଣ୍ଡ କାଠ ଗଣ୍ଡି ଚୋରି କରି ନେଉଥିବା ନେଇ କୌଣସି ବିଶ୍ଵସ୍ଥ ସୂତ୍ରରୁ ସୂଚନା ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ବନ ବିଭାଗର ଏକ ସ୍ବତନ୍ତ୍ର ଦଳ ସରଡ଼ା ରାସ୍ତାରେ ଛନଭିନ କରି ଟ୍ରାକ୍ଟରରେ ଲୋଡ଼ କରାଯାଇଥିବା କାଠ ଗଣ୍ଡୀ ଜବତ କରିଥିଲେ। ତେବେ ଚଢ଼ାଉ କରିଥିବା ଜାଣି ଚାଲକ ଫେରାର ମାରିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଟ୍ରାକ୍ଟର ଟି ଖଇରଡିହି ଗାଁର ଜଣେ ମାଲିକ ର ବୋଲି ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି। ଟ୍ରାକ୍ଟର ସହ କାଠ ଗଣ୍ଡିକୁ ବନ ବିଭାଗ ଅଧିକାରୀ ଭୋଜପୁର ରେଞ୍ଜ ଅଫିସ କୁ ନେଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ