ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ର ଅଧିଷ୍ଟାତ୍ରୀ ଦେବି ଶ୍ରୀ ମୁତ୍ୟାଲୁମାଁ ଙ୍କ ନବଦିନ ବ୍ୟାପି ଘଟଯାତ୍ରା ଗତ ସୋମବାର ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆନନ୍ଦ ଉଲ୍ଲାସର ସହ ନିଯ ମନ୍ଦିର କୁ ମୁତ୍ୟାଲୁମାଁ ପ୍ରତ୍ୟାବର୍ତନ କରିଛନ୍ତି ।ଚୈତ୍ର ମାସ ଆସିଗଲେ କୋରାପୁଟ ଜିଲ୍ଲାର ଗାଁଗାଁରେ ଗ୍ରାମଦେବିଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ।ଏହି ପରମ୍ପରା କାହିଁ କେଉଁ ପୁର୍ବପୁରୁଷ କାଳରୁ ଚଳି ଆସୁଛି।ଯାତ୍ରା ସକାଶେ ଉସ୍ଛବ ମୁଖର ହୋଇ ଉଠିଥିଲା ଲକ୍ଷ୍ମୀପୁର। ଚଳିତ ବର୍ଷ ଧୁମଧାମ୍ ରେ ଯାତ୍ରା ପାଳନ କରାଯିବାକୁ ନୂତନ କମିଟି ଦ୍ବାରା ନିଷ୍ପତି ନିଆଯାଇଥିଲା।କୋରାପୁଟ ଜିଲ୍ଲାରେ ପ୍ରଥମେ ଚୈତ୍ର ମାସରେ ମାଁ ଅଗ୍ନି ଗାଙ୍ଗାମାଙ୍କ ପିଠ ବନ୍ଧୁଗାଁ ବ୍ଲକ ନିଲାବାଡି ଗାଁରୁ ଘଣ୍ଟ ଯାତ୍ରା ଆରମ୍ଭ ହୋଇଥାଏ।ନିଲାବାଡି ଠାକୁରାଣିଙ୍କ ଘଟ ଯାତ୍ରା ସରିବା ପରେ ଜିଲ୍ଲାର ପ୍ରାୟ ଅଧିକାଂଶ ଗାଁରେ ଗ୍ରାମ ଦେବିଙ୍କ ଯାତ୍ରା ଅନୁଷ୍ଠିତ ହୁଏ। ଲକ୍ଷ୍ମୀପୁର ବ୍ଲକ ସଦରର ଅଧିଷ୍ଠାତ୍ରୀ ଦେବି ମାଁ ମୁତ୍ୟାଲୁମାଙ୍କ ନବ ଦିନ ଧରି ଘଟ ଯାତ୍ରା କିନ୍ତୁ ସମ୍ପୁର୍ଣ ନିଆରା ହୋଇଥାଏ। ଏହି ଯାତ୍ରା ରେ ୮ଟି ଘଣ୍ଟ ସହ ଗୋଟିଏ ଫୁଲ ପରଡା ପ୍ରତ୍ୟକ ଦିନ ଗାଁ ପରିଭ୍ରମଣ କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ନିଆଁ ମାଡିବା,କଣ୍ଟା ଦୋଳିରେ ବସିବା,ଉତପ୍ତ ଶାବଳକୁ ତେଲ ରେ ଧୋଇବା,ଚାଷି ଙ୍କ ଉଦେଶ୍ୟରେ ବିହନ ବଣ୍ଟନକରିବା,ବାଘ ବେସରେ ଗ୍ରାମ୍ୟ ପରିଭ୍ରମଣ କରିବା,ପିଲିକି ଅଲକାମ ବାହାର କରିବା,ବରତ ଝିକା ଭଳି ବିଭିନ୍ନ ଚକିତ କାରନାମା ଗୁଡିକ ମାଁ ଙ୍କ ଅଲୌକିକ ଶକ୍ତିଦ୍ବାରା କରାଯାଇଥିବା ବେଳେ ଜିଲ୍ଲା ପ୍ରସିଦ୍ଦ ଥାନା ନିଆଁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ହୋଇଥିଲା।ନଅ ଦିନ ଧରି ଠାକୁରାଣି ଘର ଘର ବୁଲି ଭୋଗ ଗ୍ରହଣ କରିଥିଲେ,ଫଳରେ ଭକ୍ତଙ୍କ ମହଲରେ ଖୁସିର ଲହରି ଖେଳି ଯାଇଥିଲା।ଶତାଧିକ ମାନସିକଧାରୀ ମାଁ ଙ୍କ ନିକଟରେ ପିତଳ ହାଣ୍ଡିର ଘଣ୍ଟ ପ୍ରଦାନ କରିଥିଲେ।ସୋମବାର ଦିନ ପୁଜାରି ଘରୁ ବିରାଟ ପଟୁଆର ରେ ମାଁ ଙ୍କ ମୁଖ୍ୟ ମନ୍ଦିରରେ ପହଞ୍ଚି ସେଠାରେ ପୁଜାପାଠ କରାଯାଇ ମାଙ୍କୁ ଅସ୍ଥାୟୀ ମନ୍ଦିରକୁ ଯେମିତି ଅଣାଯାଇଥିଲା ବୁଧବାର ଦିନ ସେମିତି ପ୍ରତ୍ୟାବର୍ତନ କରାଯାଇଥିଲା। ଚଳିତ ବର୍ଷ ପ୍ରଥମ ଦିନରେ ଓ ଯାତ୍ରାର ମଝିରେ ଦୁଇଦିନ ମେଲୋଡି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ୪ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବର ଆଧୁନିକ ଓ ପୌରାଣିକ ନାଟକ ଅନୁଷ୍ଟିତ ହୋଇଥିଲା,ମିନାବଜାର ସାଧାରଣଲୋକଙ୍କ ସକାଶେ ବେସ୍ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା।ଯାତ୍ରା ସକାଶେ ପ୍ରତ୍ୟକ ଘରେ ବାହାହୋଇ ଯାଇଥିବା ଝିଅ ଙ୍କ ସହ ନାତିନାତୁଣି ଜ୍ବାଇଁ ଭଣଜା ଭାଣିଜି ମାନଙ୍କ ଭଳି ଅନେକ ସମ୍ପର୍କୀୟ ବନ୍ଧୁବାନ୍ଧବ ଙ୍କ ଭିଡ ଦେଖିବାକୁ ମିଳିଥିଲା।ଯାତ୍ରାର ମଜା ନେବା ସହ ମାଁ କୁ ଦର୍ଶନ ସକାଶେ ଦାମନଜୋଡି ନାଲକୋ ଇଡି ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଷ୍ମିତା ମେଲେକା,ପୁର୍ବତନ ସାଂସଦ ଝିନ ହିକକା,ପୁର୍ବତନ ବିଧାୟକ ପ୍ରଫୁଲ ପାଙ୍ଗି,କୈଳାଶ କୁଲେସିକା,ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା,ରେଲୱେ ଏଇଏନ୍ ଙ୍କ ସହ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ତିତ ହୋଇଥିବା ବେଳେ କମିଟି ତରଫରୁ ସେମାନଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲା।ବର୍ଷକୁ ଥରେ ଆସୁଥିବା ଲକ୍ଷ୍ମୀପୁର ର ଏହି ଘଟ ଯାତ୍ରା ସମ୍ପୁର୍ଣ ନିଆରା ହୋଇଥିବା ବେଳେ ଭକ୍ତଙ୍କର ସମାଗମ କୁ ଦେଖି ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ରାତ୍ରକାଳିନ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା।ଚଳିତ ବର୍ଷ ନୂତନ କମିଟିର ସଭାପତି ପଞ୍ଚାନନ ଟାକ୍ରୀ , ସଂମ୍ପାଦକ ରଞ୍ଜନ ସୁଚେନ,କୋଷାଧ୍ୟକ୍ଷ ଏ.ରମେଶ କୁମାର ଙ୍କ ସହ କମିଟିରେ ,ଚିଣ୍ଟୁ ବିଡିକ୍,ସନ୍ତୋଷ ବାଗ୍,ବିଭୁତି ଖରା,କୁନା ବିଡିକ୍ ,ମନୋଜ ସାହୁ,ସିମାଞ୍ଚଳ ବୈପାରି ,ଚନ୍ଦନ ସାହୁ,ବଳିଆ ସାହୁ ,ଅଭିମନ୍ୟୁ ରାଓ ଓ ତ୍ରିନାଥ ମହାରଣାଙ୍କ ସମେତ ପ୍ରାୟ ୩୦ ଜଣିଆ କମିଟିର ସହଯୋଗ ରେ ଯାତ୍ରା ସମାପନ ହୋଇଥିଲା।