Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦୁୱାଡା ଗାଁ ରେ ଲାଗିରହିଛି ବିଦ୍ୟୁତ ସମସ୍ୟା,ନିକଟସ୍ଥ ଗାଁ ଜଙ୍ଗଲ ରେ ହୁକ ପକାଉ ଥିବାରୁ ବିଭ୍ରାଟ ହଉଛି ବିଦ୍ୟୁତ….ତିନିଦିନ ହେଲା ଗାଁ ଅନ୍ଧାର.

ଲକ୍ଷ୍ମୀପୁର ୨୩/୦୯ … କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ର ଅଭ୍ୟନ୍ତରୀଣ ଅଞ୍ଚଳ ରେ ଥିବା ଗାଁ ମାନଙ୍କ ରେ ପ୍ରାୟ ଅଧିକାଂଶ ଦିନ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳୁଛି। ବିଦ୍ୟୁତ ବିଭ୍ରାଟ ବିଦ୍ୟୁତ କର୍ମଚାରୀ ଙ୍କ ଦ୍ୱାରା ନୁହଁ ବରଂ ଗ୍ରାମାଞ୍ଚଳ ର କିଛି ଲୋକେ ଜଙ୍ଗଲ ରାସ୍ତା ଦେଇ ଯାଇଥିବା ୧୧କେଭି ବିଦ୍ୟୁତ ତାର ରେ ଜିଆଇ ତାର ଦ୍ୱାରା ହୁକ ପକାଇ ବନ୍ୟ ଜନ୍ତୁ ଶିକାର କରୁଥିବା କାରଣରୁ ବିଦ୍ୟୁତ ବିଭ୍ରାଟ ହଉଥିବା ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳ ର ପାହାଡ଼ ଅଞ୍ଚଳ ରୁ ଗତ କିଛି ଦିନ ହେଲା ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ଦ୍ୱାରା ବିପୁଳ ପରିମାଣ ରେ ଜିଆଇ ତାର ସହ ହୁକ ପକାଇବାରେ ବ୍ୟବହୃତ ସାମଗ୍ରୀ କର୍ମଚାରୀ ମାନେ ଜବତ କରିଛନ୍ତି। ଗ୍ରାମାଞ୍ଚଳ ରେ ପକାଯାଉ ଥିବା ବିଦ୍ୟୁତ ହୁକ କାରଣରୁ ଲକ୍ଷ୍ମୀପୁର ସଦର ସମେତ ଗାଁ ଗୁଡିକ ରାତିରେ ଅନ୍ଧାର ରେ ରହୁଛନ୍ତି। ଏପରି କାରଣ ଯୋଗୁଁ ଗତ ତିନି ଦିନ ହେଲାଣି ଓଡ଼ିଆପେଣ୍ଠ ଗ୍ରାମ ପଞ୍ଚାୟତ ର କେନ୍ଦୁୱାଡା ଗାଁ ତିନି ଦିନ ହେଲାଣି ଅନ୍ଧାର ରେ ରହିଛି। ଗାଁ ରେ ଶହେ ରୁ ଉର୍ଧ୍ଵ ପରିବାର ରହିଥିବା ବେଳେ ବିଦ୍ୟୁତ ନଥିବା କାରଣରୁ ବିଭିନ୍ନ ସମସ୍ୟା ଦେଇ ରହିଥିବା ଗ୍ରାମବାସୀ ଗଣ ମାଧ୍ୟମ କୁ ଡାକିକି ପ୍ରକାଶ କରିଛନ୍ତି। ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କୁ ବାରମ୍ବାର ଫୋନ ରେ ଜଣାଇଥିଲେ,ହୁକ ପଡୁଛି ତମ ଗାଁ ନିକଟରେ ତେଣୁ କେତେ ବିଦ୍ୟୁତ ହୁକ ରାତିରେ ପହଞ୍ଚି କାଢ଼ିବୁ ବୋଲି  ବିଦ୍ୟୁତ ବିଭାଗ କର୍ମଚାରୀ ପ୍ରକାଶ କରିଥିବା  ଗ୍ରାମବାସୀ କହିଛନ୍ତି।ତୁରନ୍ତ ଗାଁ ରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ସକାଶେ ଗ୍ରାମବାସୀ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ