Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକଙ୍କ ସୁରକ୍ଷା ନେଇ ଆଇନ ହେଉ

ନୂଆଦିଲ୍ଲୀ:ଭାରତୀୟ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ଫେଡେରେସନ୍ ପକ୍ଷରୁ ସାମ୍ବାଦିକଙ୍କ ବିଭିନ୍ନ ଦଫା ଦାବି ନେଇ ନୂଆଦିଲ୍ଲୀ ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆ ଠାରୁ ଶାସ୍ତ୍ରୀ ଭବନ ପର୍ଯ୍ୟନ୍ତ ରବିବାର ସନ୍ଧ୍ୟାରେ ଏକ ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକମାନଙ୍କ ସୁରକ୍ଷା ନେଇ ଆଇନ ପ୍ରଣୟନ, ପେନ୍‌ସନ୍ ଓ ରେଳଯାତ୍ରାରେ ରିହାତି ଆଦି ଦାବି କରାଯାଇଥିଲା। ଦିଲ୍ଲୀରେ ଦୁଇଦିନ ଧରି କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ରର ମାଲିକମାନଙ୍କ ଏକ ଦୁଇଦିନିଆ ସମ୍ମିଳନୀ ପରେ ସାମ୍ବାଦିକମାନଙ୍କ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଏକ ପ୍ରସ୍ତାବ ଗୃହୀତ ତ ହୋଇଥିଲା। ହୋଇ ଏହି ବୈଠକରେ ବିଭିନ୍ନ ରାଜ୍ୟର ପ୍ରତିନିଧୂମାନେ ଉପସ୍ଥିତ ଥିଲେ । ଓଡିଶାରୁ ଏହି ସମ୍ମିଳନୀରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫେଡେରେସନ୍‌ର ଜାତୀୟ ପ୍ରମୁଖ ଆବାହକ ପବିତ୍ର ମୋହନ ସାମନ୍ତରାୟ, ରାଧେଶ୍ୟାମ ପଣ୍ଡା, ହରିଶଙ୍କର ମିଶ୍ର ରୋହିତ କୁମାର ଖଣ୍ଡା, ଅକ୍ଷୟ କୁମାର ବେହେରା, ଶୁଭେନ୍ଦୁ କାନୁନ୍‌ଗୋ ଓ ତାହିର ଅହମଦ ପ୍ରମୁଖ ଭାଗ ନେଇଥିଲେ। ସମ୍ମିଳନୀ ପରିଚାଳନା କରିଥିଲେ ପବିତ୍ର ମୋହନ ପ୍ରଧାନ । ସମ୍ମିଳନୀରେ ବରଗଡ ବିଜେପି ସାଂସଦ ପ୍ରଦୀପ ପୁରୋହିତ, ପଶ୍ଚିମବଙ୍ଗ ସାଂସଦ ଜଗନ୍ନାଥ ସରକାର, ଭାରତ ସରକାରଙ୍କ ପୂର୍ବତନ ବରିଷ୍ଠ ଅଧିକାରୀ ଗିରିଧର ମହାନ୍ତି, ପୂର୍ବତନ ସାଂସଦ ଭକ୍ତଚରଣ ଦାସ ଓ ଭାରତୀୟ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ଫେଡେରେସନ୍‌ର ପ୍ରତିଷ୍ଠାତା ସଭାପତି ପୁଷ୍ପା ପାଣ୍ଡେୟା ଉଦ୍‌ବୋଧନ ଦେଇଥିଲେ। ଦ୍ବିତୀୟ ଦିନର କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ୍ ଆସୋସିଏସନର ସଭାପତି ଛାୟାକାନ୍ତ ନାୟକ ଅଧ୍ଯକ୍ଷତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ