Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ଯ୍ୟାଳୟରେ ବ୍ଲକ ଯୋଗାଣ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ; କାର୍ଯ୍ୟ ନହୋଇ ନିରାଶାରେ ଫେରିଗଲେ ହିତାଧିକାରୀ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଦୀର୍ଘ ୯ ବର୍ଷରୁ ଅଧିକ ସମୟ ହେବ ଅବସ୍ଥାପିତ ଥିବା ବ୍ଲକ ଯୋଗାଣ ଅଧିକାରୀ ପ୍ରାୟ ସମୟରେ କାର୍ଯ୍ୟାଳୟରେ ବସୁ ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସଂପର୍କରେ ଜମନକିରା ଅଞ୍ଚଳବାସୀ ବାରମ୍ବାର ପୂର୍ବ ରାଜ୍ୟ ସରକାର ଏବଂ ପ୍ରଶାସନ କୁ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ପ୍ରତିକାର ବ୍ୟବସ୍ଥା କରୁନାହାନ୍ତି। ଜମନକିରା ବ୍ଲକ ଟି ଭୌଗଳିକ ସ୍ଥିତି ଅନୁଯାୟୀ ବହୁତ୍ ବଡ ଅଟେ। ଲୋକେ ବହୁ ଦୂର ଦୁରନ୍ତରୁ ବ୍ଲକ କୁ ନିଜ କାର୍ଯ୍ୟ ନେଇ ଆସୁଥିବା ବେଳେ ଅଧିକାରୀ ଙ୍କ ଅନୁପସ୍ଥିତି ଯୋଗୁ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।
ଗତ କାଲିର ଘଟଣା, ଉକ୍ତ ଯୋଗାଣ ବ୍ଲକ କାର୍ଯ୍ୟଳୟରେ ଯୋଗାଣ ଅଧିକାରୀ ଙ୍କ ଛଡ଼ା ଜଣେ ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟ କରନ୍ତି। ମାତ୍ର ଉକ୍ତ ଯୁବତୀ ଡିଇଓ ଜଣକ ନିଜ ସ୍ବାସ୍ଥ୍ୟ ଜନିତ ଅସୁବିଧା ଯୋଗୁଁ ସେ ବିଡ଼ିଓ ଙ୍କୁ ଲିଖିତ ଜଣେଇ ଛୁଟିରେ ଯାଇଥିଲେ। ଏହି ସ୍ଥିତିରେ ସଂପୃକ୍ତ ବ୍ଲକ ଯୋଗାଣ ଅଧିକାରୀ ସବୁ ଦିନ ଭଳି ଅଫିସ କୁ ଗତକାଲି ମଧ୍ୟ ଆସିନଥିଲେ। ହେଲେ ୧୦ ରୁ ୧୨ ଜଣ ମହିଳା ଓ ପୁରୁଷ ବିଭିନ୍ନ ରାସନ୍ କାର୍ଡ ସମସ୍ୟା ନେଇ ଦୀର୍ଘ ୨୦ କିଲୋମିଟର ଦୂର ଭୋଜପୁର ପଞ୍ଚାୟତ ଗୁଦୁରାପଡ଼ା ଗାଁରୁ ଆସିଥିଲେ। ସେହିପରି ଅନ୍ୟ କିଛି ଜଣ ସର୍ବେଜାଲ ଗାଁରୁ ଆସିଥିଲେ। ବ୍ଲକରେ ସାଢେ଼ ୧୦ ଟା ସମୟରୁ ଅପରାହ୍ନ ସାଢେ଼ ୧ ପର୍ଯ୍ୟନ୍ତ ଅପେକ୍ଷା କରି ବସିଥିଲେ। କିଛି ସ୍ବେଛାସେବୀ ସଂପୃକ୍ତ ଯୋଗାଣ ଅଧିକାରୀ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ। କିନ୍ତୁ ଫୋନ ସ୍ୱିଚ ଅଫ୍ ଥିଲା। ଅଧିକାରୀ ନ ଆସିବାରୁ ଲୋକେ ବିଡ଼ିଓ ସୁଶ୍ରୀ ରୀନା ନାଏକ ଙ୍କୁ ଭେଟି ଅସୁବିଧା ଜଣେଇ ଥିଲେ। ବିଡ଼ିଓ ମଧ୍ୟ ସଂପୃକ୍ତ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ମାତ୍ର ଫୋନ ଲାଗି ନଥିଲା। ପରେ ବିଡ଼ିଓ ସମସ୍ୟା ସମାଧାନ କରାଯିବ ବୋଲି ହିତାଧିକାରୀ ଙ୍କୁ କହିଥିଲେ। ତେବେ ଖୁବ୍ ଶୀଘ୍ର ଏହାର ତଦନ୍ତ କରି ସଂପୃକ୍ତ ଅଧିକାରୀ ଙ୍କୁ ଏଠାରୁ ବଦଳି ପାଇଁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ