Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବ୍ଳକ ସ୍ତରୀୟ  ମାଗଣା ଆଇନ ସଚେତନତା ଶିବିର…ଗ୍ରାମାଞ୍ଚଳ ରେ ଥିବା ଘରୋଇ ହିଂସା କୁ ଲୋକଲୋଚନ କୁ ଆଣିବାକୁ ଅନୁରୋଧ।

ଲକ୍ଷ୍ମୀପୁର ୨୬/୦୯ .. ଲକ୍ଷ୍ମୀପୁର ବ୍ଳକ ଏସଏଚଜି ତାଲିମ ଗୃହ ରେ ବ୍ଳକ ସ୍ତରୀୟ ମାଗଣା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।  କାର୍ଯ୍ୟକ୍ରମ କୁ ସିଏସଏନଆର, ଓଡିଶା ତରଫରୁ ଆୟୋଜିତ କରାଯାଇଥିବା ବେଳେ ଅଜିମ ପ୍ରେମଜୀ ଫାଉଣ୍ଡେସନ ସହାୟତା ପ୍ରଦାନକରୁଛି, ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଳକ ଅଧ୍ୟକ୍ଷା ଶୁଆଇ କୁଲେସିକା , ଓ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଆରତୀ କୁଲଦୀପ, ଜିପିଇଓ ସୁଧୀର ବେହେରା,ଆଇନଯିବି ଅଜୟ ଖୋସଲା ଓ ସଦସ୍ୟ ତଥା ପୂର୍ବତନ ଅଧ୍ୟାପକ ସୁନୀଲ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। କୋରାପୁଟ ଜିଲ୍ଲା ରେ ଏହି ସଙ୍ଘଠନ ଗତ ଦେଢ଼ ବର୍ଷ ହେଲା କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ସୁଧା ୨୫୦ ରୁ ବିଭିନ୍ନ ଶିଶୁ, ମହିଳା ଓ କୋଭିଡ ରେ ମୃତ୍ୟୁ ବରଣ କରିଥିବା ପରିବାର ମୁଖ୍ୟ ଙ୍କ ମହିଳା ମାନେ ଏଯାବତ   ସରକାରୀ ସାହାଯ୍ୟ ପାଇନଥିବା ବେଳେ ସେମାନଙ୍କୁ ଆଇନ ସହାୟତା ପ୍ରଦାନ କରି ଆସିଥିବା ଆଇନ ଯିବି ଶ୍ରୀ ଖୋସଲା ପ୍ରକାଶ କରିଛନ୍ତି। ବିଶେଷ କରି ଜିଲ୍ଲା ର ଗରିବ ନିଷ୍ପେସିତ ତଥା ସମାଜ ରୁ ଅବହେଳିତ ଭାବେ ବଂଚିତ ହୋଇ ରହିଥିବା ମହିଳା ମାନଙ୍କୁ ମାଗଣା ରେ ନ୍ୟାୟ ପ୍ରଦାନ କରିବା ହିଁ ଏହି ସଙ୍ଘଠନ ର ମୂଳ ଲକ୍ଷ ତେଣୁ ଉପସ୍ଥିତ ଥିବା ଲୋକ ପ୍ରତିନିଧି ଯଥା ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନଙ୍କୁ ଅଞ୍ଚଳ ରେ ଥିବା ସେହିପରି ଲୋକଙ୍କୁ ଲୋକଲୋଚନ କୁ ଆଣିବା ସକାଶେ ପ୍ରକାଶ କରିଥିଲେ।ବ୍ଳକ ସ୍ତରରେ ଆଇନ ସହାୟକ ବନ୍ଧୁ ମାନଙ୍କୁ ନିୟୋଜିତ କରାଯାଇଛି ତେଣୁ ସେମାନଙ୍କ ସହ ମଧ୍ୟ ଯୋଗାଯୋଗ କରିବା ସକାଶେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମ କୁ ସିଏସଏନଆର ସଦସ୍ୟ ଜ୍ଞାନ ସାଗର ନାୟକ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀପୁର ସରପଞ୍ଚ ଶ୍ୟାମ ସୁନ୍ଦର ତାଡିଙ୍ଗ, ବୁର୍ଜା ସରପଞ୍ଚ ଜଲ୍ଲୀ ମିନିଅକା,ପଞ୍ଚଡ଼ା ସରପଞ୍ଚ ପ୍ରିୟଙ୍କା ଯାନୀ, କୁସୁମଗୁଡା ସରପଞ୍ଚ ଇନ୍ଦ୍ର ପାଞ୍ଜିଆ କାକିରିଗୁମା ସରପଞ୍ଚ ପୃଷ୍ଠ ସାଉଁତା, ତୁନପାର ସରପଞ୍ଚ ମଧୁ ଧାଙ୍ଗଡା ମାଝୀ ସମିତି ସଭ୍ୟା ନୟନା ମାଣ୍ଡିଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ।