Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବ୍ରାହ୍ମଣୀରେ ଡଙ୍ଗା ବୁଡି ଘଟଣା; ନାବାଳକର ମୃତ ଦେହ ଉଦ୍ଧାର

ଆଜି: ଆଜି ସକାଳେ ବ୍ରାହ୍ମଣୀରେ ବୁଡ଼ିଯାଇଥିଲା ଯାତ୍ରୀବାହୀ ଡ଼ଙ୍ଗା। ଡଙ୍ଗାରେ ଥିଲେ ୨୦ରୁ ଅଧିକ ଯାତ୍ରୀ। ଡଙ୍ଗା ବୁଡିବା ପରେ ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିଲେ ବି ୨ ଜଣ ନିଖୋଜ ହୋଇଯାଇଥିଲେ। ନିଖୋଜଙ୍କ ମଧ୍ୟରୁ ଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ନାଉରୀର ଏବେବି ପତ୍ତା ମିଳିନି ।

କେନ୍ଦ୍ରାପଡା ଆଳି ଏକମାଣିଆରୁ କେରଡ଼ାଗଡ଼ ଯାଉଥିବା ବେଳେ କୂଳରୁ କିଛିବାଟ ଗଲାପରେ ଭାରସାମ୍ୟ ହରାଇ ଡ଼ଙ୍ଗା ଓଲଟି ପଡ଼ିଥିଲା। ଫଳରେ ଯାତ୍ରୀଙ୍କୁ ଉଦ୍ଧାର କଲା ବେଳେ ନିଖୋଜ ହୋଇଛନ୍ତି ନାଉରୀ। ୨ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ନାବାଳକଙ୍କୁ ଉଦ୍ଧାର କରିବା ବେଳେ ଉଭୟ ନାଉରୀ ଓ ନାବାଳକ ନିଖୋଜ ଥିଲେ। ଏବେ ନାବାଳକର ମୃତଦେହ ଉଦ୍ଧାର ହୋଇଛି।